ନୂଆଦିଲ୍ଲୀ,୧୨/୪ : ଚଳିତ ବର୍ଷ ଅମରନାଥ ଯାତ୍ରା ୩ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଯାହା ୨୮ ଅଗଷ୍ଟରୁ ଆରମ୍ଭ ହେବ । ଏବେ ଅମରନାଥ ଯାତ୍ରା ପ୍ରାୟ ୫୭ଦିନ ପର୍ଯ୍ୟନ୍ତ ଚାଲିବ । ଜମ୍ମୁ- କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହାର ଅଫିସିଆଲ ଘୋଷଣା କରିଛନ୍ତି ।
ସେ କହିଛନ୍ତି କି ପ୍ରଥମ ପୂଜା ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ହେବ । ଯାହାଦ୍ବାରା ଯାତ୍ରାର ଆରମ୍ଭ ଔପଚାରିକ ରୂପରେ ଆରମ୍ଭ ହେବ । ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି, ଭଗବାନ ଶିବଙ୍କ ଆଶିର୍ବାଦ ନେବା ଲାଗି ପ୍ରଥମ ପୂଜା ୨୯ଜୁନ୍ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ କରାଯିବ। ଯାତ୍ରା ଲାଗି ପଞ୍ଜିକରଣ ୧୫ଏପ୍ରିଲରୁ ଆରମ୍ଭ ହେବ । ଯାହା ଅନଲାଇନ୍ ଏବଂ ଅଫଲାଇନ ଦୁଇଟି ମାଧ୍ୟମରେ କରାଯିବ ।
ଅମରନାଥ ଯାତ୍ରା ଲାଗି ପଞ୍ଜିକରଣ ଦେଶ ସାରା କେତେକ ବ୍ୟାଙ୍କ ଶାଖାରେ କରାଯିବ । ଏଥିରେ ଜମ୍ମୁ- କଶ୍ମୀର ବ୍ୟାଙ୍କ, ପଞ୍ଜାବ ନେଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଏବଂ ୟଶ ବ୍ୟାଙ୍କ ସାମିଲ ଅଛି । ପ୍ରାୟ ୫୫୪ ବ୍ୟାଙ୍କ ଶାଖାରେ ପଞ୍ଜିକରଣର ସୁବିଧା ଉପଲବ୍ଧ କରାଯିବ । ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ସର୍ବନିମ୍ନ ୧୩ବର୍ଷ ସର୍ବାଧିକ ୭୦ବର୍ଷ ନିର୍ଦ୍ଧାରିତ କରାଯାଇଛି । ପ୍ରତ୍ୟେକ ଯାତ୍ରୀଙ୍କୁ ପରିଚୟ ଲାଗିRFIDକାର୍ଡ଼ ଦିଆଯିବ । ଏହାସହ ଯାତ୍ରୀଙ୍କୁ ଦୁର୍ଘଟଣା ବୀମାର ସୁବିଧା ବି ମିଳିବ । ଯାହାର ରାଶି ବଢାଇ ୧୦ଲକ୍ଷ ଟଙ୍କା କରିଦିଆଯାଇଛି । ଖାଲି ଏତିକି ନୁହେଁ, ଦୁର୍ଘଟଣା କିମ୍ବା ପ୍ରାକୃତିକ ମୃତ୍ୟୁ ହେଲେ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।