ଜମ୍ମୁ,୦୬/୦୩ ଆସନ୍ତା ଜୁଲାଇ ୩  ତାରିଖରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବ । ଏହା ଅଗଷ୍ଟ ୯ ତାରିଖ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିବ । ୩୯ ଦିନ ଚାଲିବ ବାବା ବରଫାନୀଙ୍କ ଯାତ୍ରା। ବୁଧବାର ଜମ୍ମୁ-କାଶ୍ମୀରର ରାଜଭବନରେ  ଅନୁଷ୍ଠିତ ଶ୍ରୀ ଅମରନାଥ ମନ୍ଦିର ବୋର୍ଡ ବୈଠକରେ  ଏହି ଘୋଷଣା କରାଯାଇଛି । ଉଭୟ ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ ଓ ଗାନ୍ଦରବଲ ଜିଲ୍ଲାର  ବାଲ୍‌ତାଲ ରୁଟ୍‌ରେ ଯାତ୍ରା ଆରମ୍ଭ ହେବ । ଯାତ୍ରୀଙ୍କ  ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଅଧିକ  ସଂଖ୍ୟକ ଯାତ୍ରୀଙ୍କ ଆଗମନ ହେବାକୁ ଥିବାରୁ ତାକୁ  ଦୃଷ୍ଟିରେ ରଖି ଜମ୍ମୁ, ଶ୍ରୀନଗର,ପହଲଗାମ ଓ  ବାଲ୍‌ତାଲ ଠାରେ ଟ୍ରାନ୍‌ଜିଟ କ୍ୟାମ୍ପ ପ୍ରତିଷ୍ଠା  କରାଯିବ । ବୈଠକରେ ଉପରାଜ୍ୟପାଳ ମନୋଜ  ସିହ୍ନା ଯାତ୍ରା ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ  ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ  ତାହା ଉପରେ ସମୀକ୍ଷା କରିଥିଲେ ।