ନୂଆଦିଲ୍ଲୀ,୧୦।୬: ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ଆଉ ଫୋନ୍ ରିଚାର୍ଜ କରିବାକୁ ପଡିବ ନାହିଁ। ଏବେ ହାଇ-ସ୍ପିଡ୍ ସାର୍ବଜନୀନ ୱାଇ-ଫାଇ ମାଧ୍ୟମରେ ନିରବଚ୍ଛିନ୍ନ ଇଣ୍ଟରନେଟ୍ ସୁବିଧା ମିଳିବ। ଏପରିକି ଦୁର୍ଗମ ଏବଂ ଦୁର୍ବଳ ମୋବାଇଲ୍ ନେଟୱାର୍କ ଥିବା ଅଞ୍ଚଳରେ, ଆପଣ ମାଗଣା ସାର୍ବଜନୀନ ୱାଇ-ଫାଇ ମାଧ୍ୟମରେ ସୁପରଫାଷ୍ଟ ଇଣ୍ଟରନେଟ୍ ସୁବିଧା ପାଇପାରିବେ। ଏହା ବାସ୍ତବତାରେ ପରିଣତ ହୋଇପାରେ, କାରଣ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଜେଫ୍ ବେଜୋସଙ୍କ କମ୍ପାନୀ Amazon Leo ଭାରତର ଇଣ୍ଟରନେଟ୍ ବଜାରକୁ ଆସିବାକୁ ଯାଉଛି।

Amazon ଏବେTRAIଆଗରେ ପ୍ରସ୍ତାବ ରଖିଛି ଯେ, ସାଟେଲାଇଟ୍ ବ୍ରଡବ୍ୟାଣ୍ଡକୁ ପବ୍ଲିକ୍ ଓ୍ବାଇ-ଫାଇର ମୁଖ୍ୟ ନେଟଓ୍ବର୍କ ଭାବରେ ମଞ୍ଜୁରୀ ଦେଇଛି। ଏହାଦ୍ବାରା ନା କେବଳ ଦେଶର କୋଣ-ଅନୁକୋଣରେ ଇଣ୍ଟରନେଟ୍ ପହଁଞ୍ଚିବ ବଂର ଭାରତରେ ଏହାଠାରୁ ମହଙ୍ଗା ମୋବାଇଲ ଇଣ୍ଟରନେଟ୍ ଚିତ୍ର ବଦଳିଯିବ।

ବିନା ତାରରେ ଚାରିଆଡେ ଇଣ୍ଟରନେଟ୍

‘ଆମାଜନ୍ ଲିଓ’ ଯାହାକୁ ପ୍ରୋଜେକ୍ଟ କୁଇପର ମଧ୍ୟ କୁହାଯାଏ। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ଦାବି କରିଛି ଯେ, ଦେଶରେ ପବ୍ଲିକ ଓ୍ବାଇ-ଫାଇର ମୁଖ୍ୟ ନେଟଓ୍ବାର୍କ ଭାବରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡର ବ୍ୟବହାର କରାଯିବ। କମ୍ପାନୀର କହିବା ଅନୁସାରେ, ତାଙ୍କର ଲୋ-ଅର୍ଥ-ଅର୍ବିଟ ସାଟେଲାଇଟ୍ ନେଟଓ୍ବର୍କ ମାଟିରେ ତା’ର ବିଛାଯିବା ବିନା ସିଧା ଆକାଶରେ ଫାଇବର ଜର୍ସି ସୁପରଫାଷ୍ଟ ସ୍ପିଡ୍ ଦେଇପାରିବ। ଏହାଦ୍ବାରା ଦେଶର କୋଣ ଅନୁକୋଣରେ ଫ୍ରି କିମ୍ବା ବହୁ ଶସ୍ତା ଇଣ୍ଟରନେଟ୍ ଉପଲବ୍ଧ ହେବ।

PM-WANIସହ ଯୋଡି ହେବାକୁ ଚାହୁଁଛି ‘ଆମାଜନ୍’

‘ଆମାଜନ୍’ ଚାହୁଁଛି ତା’ର ଟେକ୍ନୋଲୋଜିPM-WANIଯୋଜନା ଓ ଭାରତନେଟ୍ ପ୍ରୋଜେକ୍ଟରେ ସାମିଲ କରାଯାଉ। କମ୍ପାନୀ ଚାହୁଁଛି ଯେ, ଭାରତର ପ୍ରତି ଗାଁରେ ଅତି କମ୍ରେ ଏକ ପବ୍ଲିକ୍ ଓ୍ବାଇ-ଫାଇ ହଟସ୍ପଟ୍ ନିହାତି ରହିବା ଦରକାର। କମ୍ପାନୀ ଏଥିପାଇଁ ସରକାରଙ୍କ ଡିଜିଟାଲ ଭାରତ ନିଧି ଫଣ୍ଡରୁ ଆର୍ଥିକ ସହାୟତା ମାଗିଛି। ଯାହାଫଳରେ ଗାଁରେ ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଲଗଇନ୍ ପକ୍ରିୟାକୁ ସହଜ କରିପାରିବ।

୨୦୨୮ ପର୍ଯ୍ୟନ୍ତ D2D ସର୍ଭିସ ଆଣିବ ଆମାଜନ୍

-ଆମାଜନ୍ ଗ୍ଲୋବାଲ୍ ସାଟେଲାଇଟ୍ ନେଟଓ୍ବର୍କକୁ ତିଆରି କରିବା ପାଇଁ ୧୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ୮୩,୦୦୦ କୋଟିରୁ ଅଧିକ ଟଙ୍କା ନିବେଶନ କରିଛି।

-କମ୍ପାନୀ ୨୦୨୫ ରୁ ନିଜର ସାଟେଲାଇଟ୍ ମହାକାଶକୁ ପଠାଉଛି। ଭାରତରେ ସର୍ଭିସ ଆରମ୍ଭ ହେବା ପାଇଁ ଆମାଜନ୍GMPCSଲାଇସେନ୍ସ ପାଇଁ ଆବେଦନ କରିଛି।

-ଏହାଛଡା ଆମାଜନ୍ ଗ୍ଲୋବାଲଷ୍ଟାର କମ୍ପାନୀ ମଧ୍ୟ କିଣିଛି। ୨୦୨୮ ସୁଦ୍ଧା ଆମାଜନ୍ ଡାଇରେକ୍ଟକୁ ଡିଭାଇସ୍ ଅର୍ଥାତD2Dସର୍ଭିସ ଆରମ୍ଭ କରିବ।

-ଏହାଦ୍ବାରା ଫୋନ୍ରେ ବିନା କୌଣସି ନେଟଓ୍ବର୍କରେ ସିଧା ସାଟେଲାଇଟ୍ରେ କଲିଂ କରିଛନ୍ତି ଓ ଇଣ୍ଟରନେଟ୍ ଚାଲିପାରିବ।