ନୂୂଆଦିଲ୍ଲୀ,୧୭/୧୨: ଦେଶର  ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି  ଏବଂ ଗୌତମ ଆଦାନି ବ୍ଲୁମବର୍ଗର ୧୦୦  ବିଲିୟନ ଡଲାର ସୂଚୀରୁ ବାଦ୍‌ ପଡିଛନ୍ତି ।  ଏହା ସହ ୨ ଅରବପତି  ଏଲିଟ୍‌ ସେଣ୍ଟି ବିଲିୟନେୟାର  କ୍ଲବରୁ ବାହାରେ ରହିଛନ୍ତି ।  ଏହି କ୍ଲବ ୧୦୦ ବିଲିୟନ ଡଲାରରୁ ଉଦ୍ଧ୍ୱର୍ ନେଟୱର୍ଥ  ଥିବା ବ୍ୟକ୍ତି ବିଶେଷଙ୍କ  ପାଇଁ ରହିଛି । ଚଳିତ ବର୍ଷ  ଅଦ୍ୟାବଧି ଦେଶର ଟପ୍‌  ୨୦ ଧନୀଙ୍କ ସମ୍ପତ୍ତି ୬୭.୨  ବିଲିୟନ ଡଲାର ବୃଦ୍ଧି ହୋଇଛି । 

ସବୁଠାରୁ ଅଧିକ ସମ୍ପତ୍ତି ବୃଦ୍ଧି ହୋଇଥିବା  ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଇଟି  ଟାଇକୁନ ଶିବ ନାଦାର ୧୦.୮ ବିଲିୟନ  ଡଲାର ଏବଂ ସାବିତ୍ରୀ ଜିନ୍ଦଲ ୧୦.୧  ବିଲିୟନ ଡଲାର ରହିଛି । ରିଲାଏନ୍ସର ରିଟେଲ ଏବଂ ଏନର୍ଜି  ଡିଭିଜନର କାରବାର ପ୍ରଭାବିତ ରହିବା  ଯୋଗୁ ଅମ୍ବାନିଙ୍କ ସମ୍ପତ୍ତିରେ ହ୍ରାସ  ହୋଇଛି । ଜୁଲାଇରେ ଅମ୍ବାନିଙ୍କର  ନେଟୱର୍ଥ ୧୨୦.୮ ବିଲିୟନ ଡଲାର  ରହିଥିଲା । ୧୩ ଡିସେମ୍ବରରେ ଏହା  ୯୬.୭ ବିଲିୟନ ଡଲାରକୁ ଖସି  ଆସିଛି । ସେହିଭଳି ଜୁନରେ ଆଦାନିଙ୍କ  ମୋଟ ସମ୍ପତ୍ତି ୧୨୨.୩ ବିଲିୟନ ଡଲାର  ସ୍ତରରେ ଥିଲା। ଯାହା ଏବେ ୮୨.୩  ବିଲିୟନ ଡଲାରକୁ ଖସିଛି । ଆମେରିକାର  ଜଷ୍ଟିସ ବିଭାଗ ପକ୍ଷରୁ ଆଦାନି ଉପରେ  ହୋଇଥିବା ମାମଲା ଯୋଗୁ ତାଙ୍କ  ନେଟୱର୍ଥ ହ୍ରାସ ହୋଇଥିବା କୁହାଯାଉଛି ।