କଲ୍ୟାଣସିଂପୁର,୧୦ /୦୯ : ରାୟଗଡ଼ା ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ଅଧାବାଟରେ ପ୍ରସବ କଲେ ମହିଳା। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଚଞ୍ଚଡାସାହିରୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଖବର ।

ସୂଚନା ମୁତାବକ,ସୁନେଲ ପ୍ରସ୍କାଙ୍କ ସ୍ତ୍ରୀ ବନିତା କାଡ୍ରାକାଙ୍କୁ ଭୋର ୩ଟା ୧୫ରେ ଗର୍ଭ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବାରୁ ଯାଇପାରିନଥିଲା। ତେଣୁ ଅଧା ରାସ୍ତାରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ବୋଲି ଆଶା ଦିଦି ନବୀନା ଦ୍ୱୀପ ପ୍ରକାଶ କରିଛନ୍ତି ।