ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ

Published By : Harapriya Sethi | October 7, 2024 8:05 AM

ସମ୍ବଲପୁର,୦୭/୧୦: ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ ଅଫିସ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥରେ ଏକ ଆମ୍ବୁଲାନ୍ସ  ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ସହ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭର ଓ ଅନ୍ୟଜଣେ ସହଯୋଗୀ କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । ଏଥିସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.