ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ

Published By : Harapriya Sethi | October 30, 2024 2:24 PM

କୋଣାର୍କ, ୩୦/୧୦: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତ ରୂପା ସର୍ଦ୍ଦାର (୧୫ବର୍ଷ) ଜଣେ ବଙ୍ଗୀୟ ପର୍ଯ୍ୟଟକ ବୋଲି ଜଣାପଡ଼ିଛି । ମୁଖ୍ୟ ଫାଟକରେ ତାଲା ପଡ଼ି ରହୁଥିବାରୁ ଆମ୍ବୁଲାନ୍ସକୁ ଗେଟ୍ ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି।  ବୁଧବାର ପୂର୍ବାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ରୂପା ସର୍ଦ୍ଦାର ଜଣେ ବଙ୍ଗୀୟ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲୁଥିବା ବେଳେ କୌଣସି କାରଣକୁ ନେଇ ଅସୁସ୍ଥ ହେବା ସହ ଅଚେତ ହୋଇ ପଡ଼ି ଯାଇଥିଲେ । ଏହା ଦେଖି ତୁରନ୍ତ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ମୁଖ୍ୟ ଫାଟକରେ ତାଲା ପଡ଼ିବା ଯୋଗୁଁ ଆମ୍ବୁଲାନ୍ସ ବାହାରେ ଅଟକି ରହିଥିଲା । ବହୁ ବିଳମ୍ବରେ ସୁରକ୍ଷା କର୍ମୀ ମାନେ ଆସି ତାଲା ଖୋଲିଥିଲେ । ତାଲା ଖୋଲିବା ପରେ ଆହତ ପର୍ଯ୍ୟଟକ ଜଣକୁ ମେଡିକାଲ ନିଆଯାଇଥିଲା । ତେବେ ଅଣଓଡ଼ିଆ କର୍ମଚାରୀଙ୍କ ମନମାନି ଯୋଗୁଁ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.