ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଆମେରିକାରେ ପୁଣି ମନ୍ଦିର ଉପରେ ଆକ୍ରମଣ, ନେମ୍ ପ୍ଳେଟ୍ ଭାଙ୍ଗିବା ସହ ହିନ୍ଦୁ ବିରୋଧି ମନ୍ତବ୍ୟ ଲେଖିଲେ

Published By : Harapriya Biswal | August 13, 2025 4:13 PM

ନ୍ୟୁୟର୍କ,୧୩।୮: ଆମେରିକାରେ ଲଗାତାର ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଉଛି। ଏବେ ପୁଣିଥରେ ଆମେରିକାର ଇଣ୍ଡିୟାନା ରାଜ୍ୟରେ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଏହି ଘଟଣା ପ୍ରବାସୀ ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ମନ୍ଦିର ନେମପ୍ଲେଟକୁ ଅଜଣା ବ୍ୟକ୍ତି ଭାଙ୍ଗିବା ସହ ହିନ୍ଦୁ ଧର୍ମକୁ ନେଇ କାନ୍ଥରେ ବିବାଦୀୟ କଥା ଲେଖିଛନ୍ତି। ମନ୍ଦିର ପ୍ରଶାସନ ଏହାକୁ ‘ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ’ ବୋଲି କହିଛନ୍ତି। ଏହା ଗତ ଏକ ବର୍ଷରେ ଚତୁର୍ଥ ଥର ହୋଇଛି। ଯେତେବେଳେ କୌଣସି ବିଏପିଏସ୍ ମନ୍ଦିର ଉପରେ ଆକ୍ରମଣ କରାଯାଇଛି। 

ଏହି ଘଟଣାକୁ ନେଇ ଚିକାଗୋରେ ଭାରତୀୟ ଦୂତାବାସର କଡା ପ୍ରତିକ୍ରିୟା ମିଳିଛି। ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ସେ ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।  ଭାରତୀୟ ଦୂତାବାସ ଗ୍ରୀନ୍ଉଡ୍‌ର ମେୟର, ସ୍ଥାନୀୟ ନେତା ଓ ଶ୍ରଦ୍ଧାଳୁଙ୍କ ସହ ବୈଠକ କରି ଏକତା ଓ ସତର୍କତା ବଜାୟ ରଖିବାକୁ ଅପିଲ କରିଛନ୍ତି। ଘଟଣାଟି ଗତ ୧୦ ଅଗଷ୍ଟରେ ଗ୍ରୀନ୍ଉଡ୍‌ ସିଟି ସ୍ଥିତ ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିରରେ ହୋଇଛି।

ମନ୍ଦିର ପ୍ରଶାସନ କହିଛି, ଏହି ଘଟଣା ଆମ ସମ୍ପ୍ରଦାୟର ସଂକଳ୍ପକୁ ଆହୁରି ମଜବୁତ କରିଛି। ଆମେ ଧର୍ମ-ବିରୋଧି ଗତିବିଧି ବିରୋଧରେ ରହିଛୁ। ଉଲ୍ଲେଖନୀୟ ଯେ, ମାର୍ଚ୍ଚରେ ମଧ୍ୟ ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ବିଏପିଏସ୍ ହିନ୍ଦୁ ମନ୍ଦିରକୁ ଏଭଳି ଟାର୍ଗେଟ କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.