ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏହି ଦେଶ ପାଇଁ F-16 ଫାଇଟର ଜେଟ୍‌ର ପ୍ରଶିକ୍ଷଣ ପ୍ୟାକେଜ୍‌କୁ ଆମେରିକାର ଅନୁମୋଦନ

Published By : Prameya | May 3, 2025 7:22 PM

ୱାଶିଂଟନ / କିଭ୍‌ : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଅନେକ ଦିନରୁ ଯୁଦ୍ଧ ଜାରି ରହିଛି। ଏହି ମଧ୍ୟରେ ଆମେରିକା , ୟୁକ୍ରେନକୁ ୩୧ କୋଟି ୫ ଲକ୍ଷ ଡଲାରର ଏଫ୍‌-୧୬ ବିମାନର ପ୍ରଶିକ୍ଷଣ, ରକ୍ଷଣାବେକ୍ଷଣ ଓ ସମ୍ୱନ୍ଧିତ ଉପକରଣର ବିକ୍ରିକୁ ଅନୁମୋଦନ ଦେଇଛି। ପେଣ୍ଟାଗନର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (ଡିଏସସିଏ) ଶୁକ୍ରବାର ଏଠାରେ ଏହାର ଘୋଷଣା କରି କହିଛି ଯେ, ଆମେରିକୀୟ କଂଗ୍ରେସକୁ ପଠାଯାଇ ଥିବା ଅଧି ସୂଚନାରେ ବିଦେଶ ବିଭାଗ ଏହି ସୂଚନା ଦେଇଛି। ବିକ୍ରୟର ଏହି ପ୍ୟାକେଜ୍‌ରେ ବିମାନ ଉନ୍ନୟନ , କାର୍ମୀକ ପ୍ରଶିକ୍ଷଣ , ରକ୍ଷଣାବେକ୍ଷଣ ସହାୟତା , ସ୍ପେୟର ପାର୍ଟ୍ସ ଓ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଗିୟର ସାମିଲ ଅଛି। ଏଥିରେ ବର୍ଗୀକୃତ ଓ ଅବର୍ଗୀକୃତ ସଫ୍ଟୱେୟାର , ଟେକ୍ନିକାଲ ମାନୁଆଲ୍ସ , ଅଧ୍ୟୟନ , ଇଞ୍ଜିନିୟରିଂ , ଲଜିଷ୍ଟିକ୍‌ ଆଣ୍ଡ୍‌ ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ ଆମେରିକୀର ସରକାର ଓ ଠିକାଦାରଙ୍କ ସାହାଯ୍ୟ ବି ସାମିଲ ଅଛି। 

ଡିଏସସିଏ ସମ୍ୱାଦ ସମିତି ସ୍ପୁଟନିକ ମୁତାବିକ୍‌, ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି, ବିଦେଶ ବିଭାଗ ୟୁକ୍ରେନ୍‌କୁ ଏଫ୍‌-୧୬ ବିମାନର ପ୍ରଶିକ୍ଷଣ ଓ ରକ୍ଷଣାବେକ୍ଷଣ ଏବଂ ସମ୍ୱନ୍ଧିତ ଉପକରଣର ସମ୍ଭାବିତ ବିଦେଶୀ ସେନା ଉପକରଣର ବିକ୍ରିକୁ ମଞ୍ଜୁରୀ ଦେବାର ନିଷ୍ପତ୍ତି ନେଇଛି, ଯାହାର ଆନୁମାନିକ ମୂଲ୍ୟ ୩୧ କୋଟି ପାଞ୍ଚ ଲକ୍ଷ ଡଲାର। ଅନଲାଇନ୍‌ ପତ୍ରିକା ‘ୱାର ଜୋନ୍‌’ ଗୁରୁବାର କହିଛି ଯେ, ଆମେରିକା ବିମାନର ସଂରକ୍ଷଣରୁ ହଟାଯାଇ ଥିବା ଏଫ୍‌-୧୬ ଫାଇଟର ଜେଟ୍‌ ୟୁକ୍ରେନକୁ ପଠାଯାଉଛି, ଯେଉଁଠି ଏହାର ବ୍ୟବହାର ୟୁରୋପ ଦ୍ୱାରା ସପ୍ଲାଇ କରାଯାଉ ଥିବା ଜେଟ୍‌ ବିମାନ ପାଇଁ ସ୍ପେୟାର ପାର୍ଟ୍ସ ଭାବେ କରାଯିବ। 

ୱାର ଜୋନ୍‌ ଅନୁସାରେ, ପ୍ୟାକେଜ୍ ବିଷୟରେ ଆମେରକୀର ବିଦେଶ ବିଭାଗ କହିଛି , ଏହି ପ୍ରସ୍ତାବିତ ବିକ୍ରି ୟୁରୋପରେ ରାଜନୀତିକ ସ୍ଥିରତା ଓ ଆର୍ଥିକ ପ୍ରଗତି ପାଇଁ ଏକ ଶକ୍ତି , ଯାହା ଏକ ପାର୍ଟନର ଦେଶର ସୁରକ୍ଷାରେ ସୁଧାର କରି ଆମେରିକାର ବିଦେଶ ନୀତିର ଲକ୍ଷ୍ୟ ଓ ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟର ସମର୍ଥନ କରିବ। ଏଥିରେ କୁହାଯାଇଛି ଯେ, ପ୍ରସ୍ତାବିତ ବିକ୍ରୟ ୟୁକ୍ରେନର କ୍ଷମତାରେ ସୁଧାର ଆଣିବ , ଏହା ସୁନିଶ୍ଚିତ କରାଯାଇ ପାରିବ ଯେ , ଏହାର ପାଇଲଟ ପ୍ରଭାବୀ ରୂପେ ପ୍ରଶିକ୍ଷିତ ହେବେ ଏବଂ  ଆମେରିକାର ବାୟୁ ସେନା ସହ ବ୍ୟାପକ ପ୍ରଶିକ୍ଷଣ ମାଧ୍ୟମରେ ଏହାର ଅନ୍ତଃକାର୍ଯ୍ୟଦକ୍ଷତା କ୍ଷମତା ବୃଦ୍ଧି କରିବେ।  ୟୁକ୍ରେନକୁ ଏହି ଜିନିଷ ଓ ସେବା ଗୁଡ଼ିକୁ ନିଜର ସଶସ୍ତ୍ର ବାହିନୀରେ ସାମିଲ କରିବାରେ କୌଣସି ମୁସ୍କିଲ ହେବ ନାହିଁ।

ବର୍ତ୍ତମାନ ସମୟରେ ୟୁକ୍ରେନୀ ବାୟୁ ସେନାକୁ ୮୫ ଏଫ୍‌-୧୬ ବିମାନ ଗୁଡ଼ିକର ପରିଚାଳତ ବ୍ୟାଚ୍‌ ଦେବାର ପ୍ରତିଶ୍ରୁତି ଦିଆଯାଇଛି, ଯେଉଁଥିରେ ନେଦରଲ୍ୟାଣ୍ଡରୁ ୨୪ , ଡେନମାର୍କରୁ ୧୯ ଓ ନରୱେରୁ ୧୨ ସାମିଲ ଅଛି , ବେଲଜିୟମର କହିବା ହେଲା କି, ସେ ୩୦ଟି ବିମାନର ସପ୍ଲାଇ କରିବ। ୟୁକ୍ରେନୀ ପାଇଲଟଙ୍କୁ ପ୍ରଶିକ୍ଷଣ ମୁଖ୍ୟ ଭାବେ ରୋମାନିଆରେ ଥିବା ୟୁରୋପୀୟ ଏଫ୍‌-୧୬ ପ୍ରଶିକ୍ଷଣ କେନ୍ଦ୍ରରେ ଦିଆଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.