ନୂଆଦିଲ୍ଲୀ,୨୦/୧୨: ସିରିଆ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ । 'ଅପରସେନ୍ ହକ୍ଆଇ'ରେ ଆକାଶମାର୍ଗରୁ କଲା ଘନ ଘନ ବୋମାମାଡ଼ । ସିରିଆରେ ଆଇଏସଆଇଏସ ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ । ଆତଙ୍କୀ ସଂଗଠନ ଆଇଏସଆଇଏସର ୭୦ଟି ଠିକଣାରେ ପ୍ରଚଣ୍ଡ ପ୍ରହାର କରିଛି ଆମେରିକା । ସିରିଆରେ ISIS ଦ୍ୱାରା ୩ ଆମେରିକୀୟ ନାଗରିକଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଆମେରିକା । ଆଇଏସଆଇଏସର ୭୦ଟି ଠିକଣାରେ ଏୟାରଷ୍ଟ୍ରାଇକ କରିଛି ୟୁଏସ୍ । ISIS ବିରୋଧରେ ଆମେରିକାର ଆକ୍ରମଣକୁ ସିରିଆ ସମର୍ଥନ କରିଛି । ଆତଙ୍କବାଦ ବିରୋଧରେ ସହଯୋଗ ଜାରି ରହିବ କହିଲା ସିରିଆ ବୈଦେଶିକ ମନ୍ତ୍ରଣାଳୟ ।

ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଆମେରିକା ପୁଣି ଥରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି । ପଲମାୟରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ, ପେଣ୍ଟାଗନ୍ ଏକ କଡ଼ା ଜବାବ ଦେଇଛି। ଆମେରିକୀୟ ସେନା "ଅପରେସନ୍ ହକ୍ଆଇ ଷ୍ଟ୍ରାଇକ୍" ଆରମ୍ଭ କରିଛି ଯାହାର ଲକ୍ଷ୍ୟ ISIS ନେଟୱାର୍କକୁ ଧ୍ୱଂସ କରିବା । ଡିସେମ୍ବର ୧୩ ତାରିଖରେ ସିରିଆର ଏକ ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିବା ଆକ୍ରମଣରେ ୨ ଜଣ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ତିନି ଜଣ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣର ଜବାବରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଆମେରିକା ।  ଆମେରିକା ଏହାର ସାଧାରଣ ନାଗରିକ ଏବଂ ସୈନିକଙ୍କ ଉପରେ ଆକ୍ରମଣକୁ ସହ୍ୟ କରିବ ନାହିଁ, ଏବଂ ଯିଏ ବିଶ୍ୱର ଯେକୌଣସି ସ୍ଥାନରେ ଆମେରିକୀୟମାନଙ୍କୁ ଟାର୍ଗେଟ କରିବ ତାଙ୍କୁ ଧ୍ୱଂସ କରାଯିବ ବୋଲି କହିଛନ୍ତି ପେଣ୍ଟାଗନ ପ୍ରମୁଖ ପିଟ୍ ହେଗସେଥ ।

​​​​​​​
୭୦ରୁ ଅଧିକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ-  ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଅଭିଯାନରେ କେନ୍ଦ୍ରୀୟ ସିରିଆରେ ପ୍ରାୟ ୭୦ଟି ISIS ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଆତଙ୍କବାଦୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ତାଲିମ ଘାଟି ଅନ୍ତର୍ଭୁକ୍ତ । ପରିସ୍ଥିତି ଉପରେ ନିର୍ଭର କରି ଆଗାମୀ ଦିନରେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରେ ବୋଲି ପେଣ୍ଟାଗନ ସୂଚିତ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ବାର୍ତ୍ତା- ଆଇଏସଆଇଏସର ୭୦ ଠିକଣାରେ ଆକ୍ରମଣ ପରେ କଡ଼ା ବାର୍ତ୍ତା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ହମଲା କୌଣସି ଯୁଦ୍ଧ ନୁହେଁ, ନିଜ ନାଗରିକଙ୍କ ହତ୍ୟାର ପ୍ରତିଶୋଧ ବୋଲି କହିଛନ୍ତି ଟ୍ରମ୍ପ । ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି, ଆମେ ସେହି ହତ୍ୟାକାରୀ ଆତଙ୍କୀଙ୍କ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ମୁଁ ଯେମିତି କହିଥିଲି କି ଯିଏ ବି ଆମେରିକା ଉପରେ ଆକ୍ରମଣ କରିବ ତାକୁ ଜବାବ ମିଳିବ । ପଲମାୟରା ହମଲା ପରେ ଆମେରିକା ଓ ତାର ସହଯୋଗୀ ସିରିଆ ଏହଂ ଇରାନରେ ୧୦ ଅପରେସନ୍ କରିଛନ୍ତି । ଯେଉଁଥିରେ ୨୩ ଆତଙ୍କୀଙ୍କୁ ନିପାତ କରାଯାଇଛି ।