ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସିରିୟାର ଆମେରିକା ସେନାର ବଡ଼ ଆକ୍ସନ୍ ; ଆତଙ୍କୀ ଠିକଣା ଧ୍ୱଂସ, ଆଇଏସ୍‌ ସିନିୟର ଲିଡ଼ର ନିପାତ

Published By : Ankita S | July 26, 2025 9:51 AM

ନୂଆଦିଲ୍ଲୀ,୨୬/୦୭: ସିରିୟାରେ ଆମେରିକା ସେନା ବଳ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଆଇଏସର ସିନିୟର ଲିଡ଼ର ସରଗନାକୁ ହତ୍ୟା କରିଛି ଆମେରିକା ସେନା । ଅନେକ ଆତଙ୍କୀ ଠିକଣା ମାଟିରେ ମିଶିଛି । ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ଉତ୍ତର-ପଶ୍ଚିମ ସିରିୟାରେ ଆମେରିକା ସୈନ୍ୟ ବଳ ଶୁକ୍ରବାର ଆତଙ୍କୀ ଠିକଣାରେ ରେଡ଼୍ କରିଥିଲା । ଏହି କାର୍ଯ୍ୟନୁଷ୍ଠାନରେ ଆଇଏସ୍‌ର ଜଣେ ସରଗନା ଏବଂ ଦୁଇ ଅନ୍ୟ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ପେଣ୍ଟାଗନ୍‌ର ସେଣ୍ଟ୍ରାଲ କମାଣ୍ଡ କହିଛି, ଅଲେପୋ ଅଞ୍ଚଳରେ ଆମେରିକା ସେନା ଗୁଳିରେ ଅଲ୍‌-ହରଦାନୀ ଏବଂ ତାର ଦୁଇ ପୁଅ ଟଳିଛନ୍ତି ।

ଏମିତି ହୋଇଥିଲା ଅପରେସନ୍- ସେଣ୍ଟ୍ରାଲ କମାଣ୍ଡ ଏହି ଅଭିଯାନ ବିଷୟରେ ବହୁତ କମ୍ ବିବରଣୀ ଦେଇଛି। ଆମେରିକା ସେନା ଆତଙ୍କବାଦ ବିରୋଧୀ ଚଢାଉରେ ସାଧାରଣତଃ ହେଲିକପ୍ଟର ବହନ ସ୍ୱତନ୍ତ୍ର ଅପରେସନ୍ କମାଣ୍ଡୋ ସାମିଲଥାନ୍ତି, ପ୍ରାୟତଃ ଆକ୍ରମଣାତ୍ମକ ବିମାନ ଏବଂ ଡ୍ରୋନ୍‌ର ସାହାଯ୍ୟ ନିଅନ୍ତି । ଏପରି ଅଭିଯାନ ଡ୍ରୋନ୍ ଆକ୍ରମଣଠୁ ଅଧିକ ବିପଦପୂର୍ଣ୍ଣ । କାରଣ ଏଥିରେ ସୈନିକମାନଙ୍କ ପାଇଁ ବିପଦ ଥାଏ ।

ଆଇଏସ୍‌ ଆତଙ୍କୀଥିଲେ ବଡ଼ ବିପଦ- ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତିରେ କହିଛି, ଆଇଏସ୍‌ର ଆତଙ୍କବାଦୀ ଆମେରିକା ଏବଂ ମିଳିତ ବାହିନୀ ସହିତ ନୂଆ ସିରିୟା ସରକାରଙ୍କ ପାଇଁ ବିପଦ ଥିଲେ । ଘଟଣାସ୍ଥଳରେ ଉପସ୍ଥିତ ତିନି ଜଣ ମହିଳା ଏବଂ ତିନି ଜଣ ଶିଶୁଙ୍କୁ କୌଣସି କ୍ଷତି ହୋଇନାହିଁ । ପେଣ୍ଟାଗନ୍ ଅଧିକାରୀ କହିଛନ୍ତି ଯେ, ଏହି ମିଶନରେ କୌଣସି ଆମେରିକୀୟ ମୃତାହତ ହୋଇନାହାଁନ୍ତି । ଏହି ବର୍ଷ ଆଇଏଶ୍‌ ବିରୋଧରେ ଆମେରିକା ନେତୃତ୍ୱାଧୀନ ମେଣ୍ଟ ଦ୍ୱାରା ଏହି  କାର୍ଯ୍ୟ ପ୍ରଥମ । ଫ୍ରାନ୍ସରେ ୪୦ ବର୍ଷରୁ ଅଧିକ ସମୟ ଧରି ଅଟକ ରହିବା ପରେ ଆତଙ୍କବାଦୀ ଲେବାନନରେ ପହଞ୍ଚିଥିଲେ ।

କୋର୍ଟଙ୍କ ନିଷ୍ପତ୍ତି- ୧୯୮୨ ମସିହାରେ ପ୍ୟାରିସରେ ଦୁଇ ରାଜନେତାଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତି ପାଇଁ ୭୪ ବର୍ଷୀୟ ଜର୍ଜସ୍ ଇବ୍ରାହିମ୍ ଅବଦୁଲ୍ଲା ଆଜୀବନ କାରାଦଣ୍ଡ ଭୋଗୁଥିଲେ । ଅବଦୁଲ୍ଲାଙ୍କୁ ଏହି ସର୍ତ୍ତରେ ମୁକ୍ତ କରାଯାଇପାରିବ ଯେ ସେ ଦେଶ ଛାଡିବେ ଏବଂ କେବେ ଫେରିବେ ନାହିଁ ବୋଲି ପ୍ୟାରିସ ଆପିଲେଟ୍ କୋର୍ଟ ଗତ ସପ୍ତାହରେ ରାୟ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.