ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟ୍ରମ୍ପ ୨.୦ ସରକାର: କ୍ୟାପିଟଲ ବିଲ୍‌ଡିଂରେ ପ୍ରଥମେ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜେଡି ଭାନ୍ସ

Published By : Prameya | November 7, 2024 9:14 AM

ୱାଶିଂଟନ ୦୭/୧୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ  ୱାଶିଂଟନ ଡିସିସ୍ଥିତ କ୍ୟାପିଟଲ ବିଲ୍‌ଡିଂରେ  ଶପଥ ଗ୍ରହଣ କରିବେ । ସର୍ବ ପ୍ରଥମେ ନୂଆ ରାଷ୍ଟ୍ରପତି ନିଜ ବାସଭବନରୁ ବହାରି ଚର୍ଚ୍ଚ ଯିବେ । ଏହି ପରମ୍ପରା ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟ ଆରମ୍ଭ କରିଥିଲେ ।  କ୍ୟାପଟଲ ବିଲ୍‌ଡିଂକୁ ଆସିବା ପୂର୍ବରୁ ନୂଆ ରାଷ୍ଟ୍ରପତି ହ୍ୱାଇଟ ହାଉସରେ ବର୍ତ୍ତମାନର  ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଔପଚାରିକ ଆଲୋଚନା ହେବ । କିନ୍ତୁ ଜୋ ବାଇଡେନ୍‌ ଯେତେବେଳେ ରାଷ୍ଟ୍ରପତି ହୋଇଥିଲେ, ତାଙ୍କ ଶପଥ ସମାରୋହ ବେଳେ ଡୋନାଲ୍ଡ ଟ୍ରମ୍ପ୍‌  ଛୁଟିରେ ଚାଲିଯାଇଥିଲେ । ହ୍ୱାଇଟ ହାଉସରେ ବିଦାୟୀ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ  ରାଷ୍ଟ୍ରପତି କ୍ୟାପିଟଲ ବିଲ୍‌ଡିଂ ଅଭିମୁଖେ  ଯିବେ । ସେଠାରେ କଂଗ୍ରେସ ସଦସ୍ୟମାନଙ୍କ  ସହ ଅନେକ ଅତିଥି ଶପଥ ଗ୍ରହଣର ପ୍ରତୀକ୍ଷା କରିବେ । କ୍ୟାପିଟଲ ବିଲ୍‌ଡିଂରେ ସର୍ବପ୍ରଥମେ ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ନେବେ। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଶପଥ ନେବେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରାଇବେ ।  

ରାଷ୍ଟ୍ରପତି ଗୋଟିଏ ବାକ୍ୟରେ ଶପଥ  ନେଇଥାନ୍ତି, ଯାହା ପ୍ରଥମ ରାଷ୍ଟ୍ରପତି ଜର୍ଜ  ୱାଶିଂଟନ ନେଇଥିଲେ । ତାହା ହେଉଛି- ‘ମୁଁ  ସତ୍ୟନିଷ୍ଠାର ସହ ଶପଥ ନେଉଛି ଯେ ମୁଁ  ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦର  ସଚ୍ଚୋଟତା ପୂର୍ବକ ପାଳନ କରିବି ଏବଂ ନିଜର  ସର୍ବୋତ୍ତମ କ୍ଷମତା ବଳରେ ଯୁକ୍ତରାଷ୍ଟ୍ରର  ସମ୍ବିଧାନର ସଂରକ୍ଷଣ, ସୁରକ୍ଷା ଏବଂ ଉଦ୍ଧାର  କରିବି ।’ ଶପଥ ସମାରୋହ ପରେ ରାଷ୍ଟ୍ରପତି  ଜନତାଙ୍କୁ ସମ୍ବୋଧନ କରିବେ । ଏହାପରେ  ନୂଆ ରାଷ୍ଟ୍ରପତିଙ୍କ ପ୍ରେସିଡେଣ୍ଟ ରୁମ୍‌ରେ  ‘ସାଇନିଂ ସେରିମନି’ ହେବ । ଏହି ସମୟରେ  ରାଷ୍ଟ୍ରପତି ପଦଭାର ଗ୍ରହଣ ପରେ ନିଜ ପ୍ରଥମ  ଆଦେଶଗୁଡ଼ିକରେ ଦସ୍ତଖତ କରିବେ । ଏହି  ପରମ୍ପରା ୧୯୮୧ରେ ରାଷ୍ଟ୍ରପତି ରୋନାଲ୍ଡ  ରିଗନ୍‌ ଆରମ୍ଭ କରିଥିଲେ । ଏହାପରେ  ରାଷ୍ଟ୍ରପତି ଇନଗରାଲ ଡେ ପରେଡ୍‌ରେ  ସାମିଲ ହେବେ । କାର୍ଯ୍ୟକ୍ରମ ସମାପନ ପରେ  ନୂଆ ରାଷ୍ଟ୍ରପତି ନିଜ ପରିବାର ସହ ହ୍ୱାଇଟ  ହାଉସ୍‌କୁ ସ୍ଥାନାନ୍ତର ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.