ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶପଥ ଗ୍ରହଣ ପୂର୍ବରୁ ଋଷ-ୟୁ୍କ୍ରେନକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା; କହିଲେ,'ତୃତୀୟ ବିଶ୍ବଯୁଦ୍ଧ ହେବାକୁ ଦେବିନି'

Published By : Soubhagya Ranjan | January 20, 2025 10:25 AM

ନୂଆଦିଲ୍ଲୀ,୨୦/୦୧: ଡୋନାଲ୍ଡ ଟ୍ରମ୍ପ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ୱାଶିଂଟନରେ ଏକ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ରାଲିରେ ଟ୍ରମ୍ପ କହିଛନ୍ତି ଯେ,' "ଆମେ ଆମ ଦେଶକୁ ପୂର୍ବ ଅପେକ୍ଷା ମହାନ କରିବୁ। ଆମେ ଜାନୁଆରୀ ୨୦ ଅପରାହ୍ନରେ ଆମ ଦେଶକୁ ପୁଣି ଥରେ ଗୌରବ ଫେରାଇ ଆଣିବୁ।" ଟ୍ରମ୍ପ ଆହୁରି କହିଛନ୍ତି ଯେ ଆମେରିକାରେ ଦୀର୍ଘ ଚାରି ବର୍ଷର ଅବନତି ଉପରୁ ପରଦା ଖସିଯାଇଛି। "ଆମେ ଆମେରିକୀୟ ଶକ୍ତି ଏବଂ ସମୃଦ୍ଧି, ସମ୍ମାନ ଏବଂ ଗୌରବର ଏକ ନୂତନ ଦିନ ଆରମ୍ଭ କରୁଛୁ ବୋଲି କହିଛନ୍ତି ଟ୍ରମ୍ପ।

ଟ୍ରମ୍ପ ଡେମୋକ୍ରାଟିକ୍ ଶିବିରର ବାଇଡେନ ପ୍ରଶାସନର କାର୍ଯ୍ୟକାଳ ଉପରେ ଆକ୍ରମଣ କରି କହିଥିଲ ଯେ,,' ଆମେ ଏକ ବିଫଳ, ଦୁର୍ନୀତିଗ୍ରସ୍ତ ରାଜନୈତିକ ପ୍ରତିଷ୍ଠାନର ଶାସନକୁ ସବୁଦିନ ପାଇଁ ଶେଷ କରିବାକୁ ଯାଉଛୁ। ଆମେ ଏହାକୁ ଆଉ ସହ୍ୟ କରିବୁ ନାହିଁ।' ଟେସଲା ମାଲିକ ଏଲୋନ ମସ୍କ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଭିନେତା ଜନ୍ ଭୋଇଟ୍ ଏବଂ ସଂଗୀତଜ୍ଞ କିଡ୍ ରକ୍ ସମେତ ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ। ଟ୍ରମ୍ପ୍ ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ "ମୁଁ ୟୁକ୍ରେନରେ ଯୁଦ୍ଧ ଶେଷ କରିବି, ମୁଁ ମଧ୍ୟପ୍ରାଚ୍ୟରେ ବିଶୃଙ୍ଖଳା ବନ୍ଦ କରିବି ଏବଂ ମୁଁ ତୃତୀୟ ବିଶ୍ୱଯୁଦ୍ଧ ଘଟିବାରୁ ରୋକିବି ଏବଂ ଆପଣମାନେ ଜାଣିନାହାନ୍ତି ଯେ, ଆମେ ତୃତୀୟ ବିଶ୍ୱଯୁଦ୍ଧର କେତେ ନିକଟତର?"

ଟ୍ରମ୍ପ ଆମେରିକାର ପିଲାମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ବୃଦ୍ଧି କରିବାକୁ ମଧ୍ୟ ଚେଷ୍ଟା କରିବାକୁ ଯାଉଛନ୍ତି। ରାଲିରେ ସେ କହିଥିଲେ ଯେ ଆମେ ଆମ ସ୍କୁଲଗୁଡ଼ିକରେ ଦେଶପ୍ରେମ ଫେରାଇ ଆଣିବୁ, ଏବଂ ଆମର ସେନା ଏବଂ ସରକାରରୁ ମୌଳବାଦୀ ବାମପନ୍ଥୀ ଚିନ୍ତାଧାରାରୁ ବାହାର କରିଦେବୁ। ଆମେ ଆମେରିକାକୁ ପୁଣି ଥରେ ମହାନ କରିବୁ।"

ସୂଚନା ମୁତାବକ, ଦାୟିତ୍ୱ ଗ୍ରହଣ କରିବା ପରେ ହିଁ ସେ କାର୍ଯ୍ୟରେ ନଜର ଆସିବେ। ହ୍ୱାଇଟ୍ ହାଉସରେ ପ୍ରବେଶ କରିବା ପରେ ସେ ଖୁବ୍ ଶୀଘ୍ର ୧୦୦ ରୁ ଅଧିକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। କହିରଖୁଛୁ ଯେ, ସୋମବାର ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.