ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ରେଳବାଇର ବଡ଼ ଘୋଷଣା, ଚାଲିବ ୩ଟି ସ୍ପେଶାଲ ଟ୍ରେନ୍

Published By : Anindita Ratha | May 9, 2025 1:33 PM

ନୂଆଦିଲ୍ଲୀ,୦୯/୦୫: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ରେଳବାଇର ବଡ଼ ଘୋଷଣା।  ଜମ୍ମୁ ଏବଂ ଉଧମପୁରରୁ ଦିଲ୍ଲୀ ପାଇଁ ଚାଲିବ ୩ଟି ସ୍ପେଶାଲ ଟ୍ରେନ୍ । ଯାତ୍ରୀଙ୍କ ସୁବିଧା ଏବଂ ଦାବିକୁ ଧ୍ୟାନରେ ରଖି ନିଆଯାଇଛି ଏହି ପଦକ୍ଷେପ । ଏନେଇ ରେଲଓ୍ବେ ଅଧିକାରୀ କହିଛନ୍ତି ,ଏହି ଟ୍ରେନ୍ ଚଳାଚଳ କରିବାର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରାଇବା । ବିଶେଷକରି ଯେଉଁମାନେ ଯାତ୍ରାଜନିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ଲୋକଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।


ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ରେଳବାଇ ପକ୍ଷରୁ ଦିଆଯାଇନାହିଁ ।ଏହି ସ୍ପେଶାଲ ଟ୍ରେନ୍‌ର ସିଡ୍ୟୁଲ ଏବଂ ବୁକିଂର ସୂଚନା ଭାରତୀୟ ରେଳବାଇର ଅଫିସିଆଲ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ।ପ୍ରକାଶ ଥାଉକି, ମେ' ୮ ଏବଂ ୯ ତାରିଖ ରାତିରେ ପାକିସ୍ତାନ ସେନା ପଶ୍ଚିମ ସୀମାରେ ଡ୍ରୋନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଦ୍ବାରା ହମ୍‌ଲା କରିଥିଲା। ଏହାସହ ଜମ୍ମୁ କାଶ୍ମୀର ଏଲ୍‌ଓସିରେ ମଧ୍ୟ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରିଛି । ଯାହାର ମୁହଁତୋଡ ଜବାବ ଦେଇଛି ଭାରତ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.