ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି, ଲୋକସଭାରେ ସ୍ୱତନ୍ତ୍ର ଡିବେଟ୍

Published By : Swapna Ray | December 13, 2024 12:57 PM

ନୂଆଦିଲ୍ଲୀ, ୧୩।୧୨: ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୁଇଦିନ ଧରି ଲୋକସଭାରେ ହେବ ସ୍ୱତନ୍ତ୍ର ବିତର୍କ । ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ ବିଭିନ୍ନ ଦଳର ସାଂସଦ । ଲୋକସଭାରେ ଚର୍ଚ୍ଚାର ଆରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ବିତର୍କରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି ବିଜେପି ଓ କଂଗ୍ରେସ ।  

ଭାରତୀୟ ସମ୍ୱିଧାନକୁ ପୂରିଛି ୭୫ ବର୍ଷ । ୨୦୦୧ରେ ଠିକ୍ ଏହି ଦିନ ସଂସଦ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଆଜି ଏହି ଆତଙ୍କୀ ଆକ୍ରମଣକୁ ବର୍ଷେ ପୂରିଛି । ଏହି ଅବସରରେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ବିଧାନ ଉପରେ ଆଲୋଚନା କରିଛନ୍ତି । ବିଜେପି ଏବଂ କଂଗ୍ରେସ ନିଜର ସମସ୍ତ ସଦସ୍ୟକୁ ୧୩-୧୪ ଡିସେମ୍ବରରେ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ଅପରାହ୍ନ ୧୨ଟାରୁ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ । ଲୋକସଭା କାର୍ଯ୍ୟକ୍ରମ ଅନୁଯାୟୀ, ୭ଜଣ ମନ୍ତ୍ରୀ ନିଜ ବିଭାଗ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମୁଦ୍ଦା ଉଠାଇଥିଲେ । ଏଥିସହିତ ବିଭିନ୍ନ କମିଟି ମଧ୍ୟ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସଂସଦରେ ଉପସ୍ଥିତ ରହିବେ । କହିରଖୁ କି, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଏକ ବୈଠକ ଆୟୋଜନ କରିଥିଲେ, ଯେଉଁଥିରେ ବିଜେପି ମୁଖ୍ୟ ଜେ.ପି. ନାଡାଙ୍କ ସମେତ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରାଜନାଥ ସିଂ ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ମଧ୍ୟ ବିଜେପିର ବରିଷ୍ଠ ମନ୍ତ୍ରୀଙ୍କ ସହ ଏକ ବୈଠକ ଡାକିଥିଲେ ।   

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.