ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅମିତାଭ ବଚ୍ଚନଙ୍କ ଜାତି କ’ଣ? ନିଜେ ଖୁଲାସା କଲେ ବିଗ୍‌ ବି

Published By : Krishna Priya | October 11, 2024 9:20 AM

ମୁମ୍ବାଇ ୧୧/୧୦: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଆଜି ତାଙ୍କର ୮୨ତମ ଜନ୍ମ ଦିନ ପାଳନ କରୁଛନ୍ତି। ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛନ୍ତି ସେ। ଇଣ୍ଡଷ୍ଟ୍ରିରେ ଆଜି ବି ସେ ସେତିକି ପରିଶ୍ରମକ ସହ କାମ କରୁଛନ୍ତି, ଯେତିକି କ୍ୟାରିୟର୍‌ ଆରମ୍ଭରୁ କରୁଥିଲେ। ସେଥିପାଇଁ ତ  ଶ୍ରଦ୍ଧାରେ ତାଙ୍କୁ ଫ୍ୟାନ୍ସ ଡାକନ୍ତି ବିଗ୍‌ ବି। କିନ୍ତୁ ଆପଣ ଜାଣନ୍ତି କି ଏହି ବିଗ୍‌ ବିଙ୍କ ପ୍ରକୃତ ନାମ ଅମିତାଭ ବଚ୍ଚନ ନୁହେଁ ବରଂ ଅନ୍ୟ କିଛି?

ଅମିତାଭ ବଚ୍ଚନଙ୍କ ବାପା ଉତ୍ତରପ୍ରଦେଶର ଥିଲେ। ସେ କାୟସ୍ତ ପରିବାରର ଥିଲେ ଏବଂ ମା ଶିଖ ପରିବାରରୁ ଆସିଥିଲେ। ଅମିତାଭଙ୍କ ପ୍ରକୃତ ନାମ ଥିଲା ଇନକିଲାବ ଶ୍ରୀବାସ୍ତବ, ଯାହା ପରେ ପରିବର୍ତ୍ତନ କରାଯାଇଥିଲା । ଅମିତାଭ ତାଙ୍କର ଉପନାମ ଶ୍ରୀବାସ୍ତବ ବଦଳାଇ ବଚ୍ଚନ କରିଥିଲେ । ଏହା ନିଜେ ଅଭିନେତା ଖୁଲାସା କରିଥିଲେ।

କୌନ ବନେଗା କରୋଡପତିରେ ବିଗ୍‌ ବି କହିଥିଲେ ବଚ୍ଚନ ଉପନାମ ତାଙ୍କ ବାପା ଶ୍ରୀ ହରିବଂଶ ରାୟ ବଚ୍ଚନଙ୍କ ଉପହାର। ଅମିତାଭ କହିଛନ୍ତି- “ମୋ ବାପା ଜାତିର ବନ୍ଧନରେ ବନ୍ଧା ହେବାକୁ ଚାହୁଁନଥିଲେ। ସେ ମୁକ୍ତ ହେବାକୁ ଚାହୁଁଥିଲେ। ସେ ଜଣେ କବି ଥିବାରୁ ଥାଙ୍କୁ ବଚ୍ଚନଙ୍କ ଉପନାମ ମିଳିଥିଲା । ତା’ପରେ ଯେତେବେଳେ ମୁଁ ଆଡମିଶନ ପାଇଁ ବିଦ୍ୟାଳୟକୁ ଗଲି, ଶିକ୍ଷକ ମୋର ଉପନାମ ପଚାରିବାରୁ ବାପା ବଚ୍ଚନ କହିଥିଲେ। ସେବେଠାରୁ ବଚ୍ଚନ ଉପନାମ ଆରମ୍ଭ ହେଲା । ଆମର ଉପନାମରୁ ଆପଣ ଜାତି ବିଷୟରେ ଜାଣିପାରିବେ ନାହିଁ। ସେଥିପାଇଁ ବାପା ଜାଣିଶୁଣି ଏପରି କରିଥିଲେ। ମୁଁ ଭାଗ୍ୟଶାଳୀ ଯେ ଏପରି ପରିବାରରେ ଜନ୍ମ ହୋଇଛି”। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.