ମୁମ୍ବାଇ,୨୨ \୭ : ବଲିଉଡ ଭେଟେରାନ୍ ଅଭିତାଭ ବଚ୍ଚନଙ୍କ ଏକ ବ୍ଲଗ୍ ପୋଷ୍ଟକୁ ନେଇ ଚର୍ଚା ସୃଷ୍ଟି ହୋଇଥିଲା । ଯେଉଁ ଭିଡିଓରେ ଅପରେସନ୍, ଆଇସିୟୁ ଏବଂ ଡିସଚାର୍ଜକୁ କଥା କହିଥିବାର ଦେଖିବାକୁ ମିଳିଥିଲା । ଏଥିସହ ମାନସିକ, ଶାରୀରିକ ଭାବେ ଏହି ସମୟ କଷ୍ଟକର ବୋଲି ମଧ୍ୟ ବିଗ୍ ବି କହିଥିଲେ । ଅମିତାଭଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକ ଓ ଶୁଭେଛୁ ମାନଙ୍କର ଚିନ୍ତା ବଢିଯାଇଥିଲା । ଏହାକୁ ଦେଖି ଅମିତାଭ ବଚନ ଏହି ଘଟଣାର ସ୍ପଷ୍ଟୀକରଣ ରଖିଛନ୍ତି ।
ଅମିତାଭ ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଅପରେସନ୍ ହୋଇନାହିଁ । ସେ କହିଛନ୍ତି ଯେ, ଲୋକମାନେ ତାଙ୍କ ବିଚାରକୁ ଭୁଲ ବୁଝିଛନ୍ତି । ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟ ବିଷୟରେ ନୁହେଁ, ବରଂ ଆର୍ଜେଣ୍ଟିନାର ସ୍ପେନ୍ ବିପକ୍ଷରେ ପରାଜୟ ପରେ ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ମାନସିକ ଅବସ୍ଥାର ଏକ ଉଦାହରଣ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଚାମ୍ପିଆନ୍ ହାରିଯାଆନ୍ତି ସେମାନଙ୍କ ମାନସିକ ଅବସ୍ଥା ଗୁରୁତର ଅସୁସ୍ଥତା କିମ୍ବା ଅପରେସନ୍ ହୋଇ ଘରକୁ ଫେରିଥିବା ରୋଗୀ ଭଳି ଅନୁଭବ ହୋଇଥାଏ । ପରାଜୟ ପରେ ସୁସ୍ଥ ହେବା ଏବଂ ସାଧାରଣ ଜୀବନକୁ ଫେରିବା କେତେ ଚ୍ୟାଲେଞ୍ଜିଂ ତାହା ଦର୍ଶାଇବା ପାଇଁ ସେ ହସ୍ପିଟାଲର ଉଦାହରଣ ବ୍ୟବହାର କରିଥିଲେ ।
ଅମିତାଭ ଭିଡିଓରେ ମେସିଙ୍କ ନାଁ ନ ନେଇଥିବାରୁ ପ୍ରଶଂସକମାନେ ଭୁଲ ବୁଝିବା ସହ ତାଙ୍କ ଅସୁସ୍ଥତା ପାଇଁ ଚିନ୍ତା ପ୍ରକାଶ କରିଥିଲେ । ଏବଂ ଅମିତାଭଙ୍କର ଏହି ବ୍ଲଗ୍ ଗୁଜବ ସୃଷ୍ଟି କରି ଭାଇରାଲ ହୋଇଥିଲା । ଏବେ ଏହି ଗୁଜବ ଖବରଟିକୁ ବିଗ୍ ବି ହସି ହସି ଖାରଜ କରିଛନ୍ତି ।
ଅମିତାଭ ବଚ୍ଚନ ସମସ୍ତ ଗୁଜବକୁ ଖାରଜ କରି ନିଶ୍ଚିତ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କାମରେ ବ୍ୟସ୍ତ ଅଛନ୍ତି । ପ୍ରଶଂସକମାନେ ତାଙ୍କୁ ଖୁବ୍ ଶୀଘ୍ର ଲୋକପ୍ରିୟ ଶୋ 'କୌନ ବନେଗା କରୋଡପତି' ର ନୂଆ ସିଜନ ହୋଷ୍ଟ କରିବାର ଦେଖିବାକୁ ପାଇବେ । ଯାହା ଅଗଷ୍ଟ ୧୦ ରେ ପ୍ରସାରିତ ହେବାକୁ ଯାଉଛି । ଏହା ବ୍ୟତୀତ ଫିଲ୍ମ 'କଲ୍କି' ର ସିକ୍ୱେଲ ଏବଂ କୋର୍ଟ ରୁମ ଥ୍ରୀଲର 'ସେକ୍ସନ ୮୪' ରେ ଦମଦାର ଭୂମିକାରେ ନଜର ଆସିବେ ।