ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଗୁଜବ ଭିତରେ ଅମିତାଭଙ୍କ ପୋଷ୍ଟ, ଇସାରାରେ କହିଲେ ଏହି କଥା

Published By : Ankita S | November 22, 2024 12:47 PM

ମୁମ୍ବାଇ,୨୨/୧୧: ଦୀର୍ଘ ଦିନ ହେବ ବଲିଉଡର ଜଣେ ଚର୍ଚ୍ଚିତ ଷ୍ଟାର ଯୋଡିଙ୍କ ଛାଡପତ୍ର ଗୁଜବକୁ ନେଇ ଖୁବ ଚର୍ଚ୍ଚା ହେଉଛି । ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ହେବାକୁ ଯାଉଥିବା ନେଇ ଖବର ଆସୁଛି । ଅନେକ ସମୟରେ ଫ୍ୟାମିଲ ସହିତ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ନମିଳିବା, ଝିଅ ସହିତ ଅନ୍ୟତ୍ର ଦେଖିବାକୁ ମିଳିବା ଏହି ଗୁଜବକୁ ଖୋରାକ ଦେଇଥିଲା । ସତରେ କଣ ଏହି ଷ୍ଟାର ଦମ୍ପତିଙ୍କର ଡିଭୋର୍ସ ହୋଇଯିବ ଏହି ପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠିଛି । ଏହି ଗୁଜବ ଭିତରେ ଅମିତାଭ ବଚ୍ଚନଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯାହା ପରୋକ୍ଷ ଭାବେ ସତ କଣ ଦର୍ଶାଉଛି । ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ମେଗା ଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଓ ପୁଅ ବୋହୂଙ୍କ ଛାଡପତ୍ର ଗୁଜବ ଖବରକୁ ନେଇ ମୁହଁ ଖୋଲିଛନ୍ତି । ବିଗ୍ ବି କାହା ନାମ ନ ନେଇ ନାହାନ୍ତି ମାତ୍ର ତାଙ୍କର ଏକ ପୋଷ୍ଟ ଗୁଜବ ଖବରକୁ ନେଇ ହୋଇଛି । ଅମିତାଭ କହିଛନ୍ତି ଯେ, ସେ ତାଙ୍କ ପରିବାର ବିଷୟରେ ବହୁତ କମ କୁହନ୍ତି । ସେ ଗୋପନୀୟ ରଖିବାକୁ ପସନ୍ଦ କରନ୍ତି । ଅନୁମାନ କରିବା ଓ ସତ ଦୁଇଟି ଅଲଗା କଥା । ପ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ଚାହେଁନି । ଜୀବନରେ ଅଲଗା ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ବହୁତ ସାହସ, ଦୃଢ ବିଶ୍ବାସ ଓ ସଚ୍ଚୋଟ ହେବାକୁ ପଡିବ । ଗୁଜବ ସବୁବେଳେ ଗୁଜବ । ବିନା ଯାଞ୍ଚରେ ଗୁଜବ ଓ ମିଥ୍ୟା ପ୍ରାଚର ହେଉଛି ।

ସୋସିଆଲ ମିଡିଆରେ ହେଉଥିବା ଗୁଜବକୁ ନେଇ ବିଗ୍ ବି ଆହୁରି ଲେଖିଛନ୍ତି, ତୁମେ ଯାହା ଚାହୁଁଛ ତାହା ଲେଖ । ଏକ୍ସପ୍ରେସ କର । ମାତ୍ର ପ୍ରଶ୍ନଚିହ୍ନ ଦିଅନାହିଁ । ଏପରି କରିବା ଦ୍ବାରା କେବଳ ସନ୍ଦେହ ସୃଷ୍ଟି ହୁଏନାହିଁ ବରଂ ପାଠକ ଏହା ଉପରେ ବିଶ୍ବାସ  କରୁ ତୁମେ ଚାହୁଁଛି । ଦୁନିଆକୁ ମିଛ ଖବର ଦିଅନ୍ତୁ ନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.