ନୂଆଦିଲ୍ଲୀ ୦୧/୦୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସମ୍ପ୍ରତି ଭାରତୀୟ ନୌସେନାର ଏକ ଯୁଦ୍ଧଜାହାଜ ପରିଦର୍ଶନ କରିଥିଲେ । ଯୁଦ୍ଧଜାହାଜରେ ଗୋଟିଏ ଦିନ ବିତାଇବା ପରେବିଗ୍‌ ବି  ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭାରତୀୟ ସଶସ୍ତ୍ର ବାହିନୀର ପ୍ରଶଂସା କରିଛନ୍ତି। ଏହା ସହିତ, ଯୁଦ୍ଧଜାହାଜରୁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଏବଂ ଏକ୍ସରେ ଏକ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି।

ଫଟୋଗୁଡ଼ିକରେ, ଅମିତାଭ ନୌସେନା ଯୁଦ୍ଧଜାହାଜରେ ଠିଆ ହୋଇ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। କଳା ବ୍ଲେଜର ସାଙ୍ଗକୁ ମ୍ୟାଚିଂ ଟ୍ରାଉଜର ଏବଂ ଧଳା ସ୍ନିକର୍ସ ପିନ୍ଧି ବିଗ୍‌ ବି ତାଙ୍କର ଖୁସି ବ୍ୟକ୍ତ କରୁଥିବା ଦେଖାଯାଉଛି। ଅମିତାଭ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, 'ଆପଣ ଆମ ସେନାର ଶକ୍ତି ବିଷୟରେ ଶୁଣିଛନ୍ତି...'ଆପଣ ଆମ ସୈନିକମାନଙ୍କ ବୀରତ୍ୱର କାହାଣୀ ଶୁଣିଛନ୍ତି, ଯେଉଁମାନେ ଆମ ସମସ୍ତଙ୍କ ପାଇଁ ନିଜ ଜୀବନ ବଳିଦାନ ଦିଅନ୍ତି... ଆପଣ ଯୁଦ୍ଧ କରୁଥିବା ସଶସ୍ତ୍ର ଜାହାଜଗୁଡ଼ିକ ବିଷୟରେ ଅନୁସନ୍ଧାନ କରନ୍ତି, ଯିଏକି ଲଢେ ଏବଂ ଯାହା ଦ୍ୱାରା ଆପଣ ଆଉ ମୁଁ ଶାନ୍ତିରେ ଶୋଇପାରୁ।'




ଅମିତାଭ ଆହୁରି ଲେଖିଛନ୍ତି,  'ଆମର ସୈନିକଙ୍କ ସମର୍ପଣ ଏବଂ ଇଚ୍ଛାଶକ୍ତି ଦେଖି ମନ ଆଶ୍ଚର୍ଯ୍ୟ ହୋଇଯାଏ। ଯେତେବେଳେ ସେମାନେ ଆପଣଙ୍କ ଶାନ୍ତି ପାଇଁ ଲଢ଼ୁଛନ୍ତି, ଆମେ ଆମ ଘରେ ଆରାମରେ ରହୁଛୁ, ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଅବିଶ୍ୱସନୀୟ ପ୍ରୟାସ କରୁଛନ୍ତି। ତା'ପରେ ଆପଣ ଆମର ଭାରତୀୟ ସଶସ୍ତ୍ର ବାହିନୀର ସାହସିକ ଅବଦାନକୁ ଅନୁଭବ କରିବେ ଏବଂ ଚିନ୍ତା କରିବେ... ଦେଶ ପ୍ରତି ସେମାନଙ୍କର ଅକ୍ଳାନ୍ତ ଅବଦାନକୁ ବର୍ଣ୍ଣନା କରିବାକୁ ଶବ୍ଦ ଶୂନ୍ୟ ହୋଇଯାଏ।

ତେବେ ଗତ ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ଭେଟ୍ଟାୟାଁ'ରେ ରଜନୀକାନ୍ତଙ୍କ ସହ ଅମିତାଭଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଫାହାଦ୍ଫ ସିଲ ଏବଂ ରାଣା ଦଗ୍ଗୁତୀ ମଧ୍ୟ ନଜର ଆସିଥିଲେ।