ମୁମ୍ୱାଇ : ଅମିତାଭ ବଚ୍ଚନ କିଛି ଦିନ ପୂର୍ବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ କ୍ରିପ୍ଟିକ୍‌ ପୋଷ୍ଟ ସେୟାର କରିଥିଲେ। ସେ ଟ୍ୱିଟ୍‌ କରି ଲେଖି ଥିଲେ , ଯିବାର ସମୟ ଆସିଗଲା ...। ଅନ୍ୟପଟେ ସେ ଏବେ ଆଉ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ଏହିଥର ସେ ନିଜର ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିଛନ୍ତି। ଯାହାକୁ ପଢି ତାଙ୍କର ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଛନ୍ତି। କିଛି ଲୋକ ଏହା ଅନୁମାନ କରୁଛନ୍ତି କି ବିଗ୍‌ ବି ଆକ୍ଟିଂରୁ ଅବସର ନେବାକୁ ଯାଉଛନ୍ତି। 

ଅମିତାଭ ବଚ୍ଚନ ପୋଷ୍ଟରେ କଣ ଲେଖିଛନ୍ତି ? 

ଅମିତାଭ ବଚ୍ଚନ ଲେଖିଛନ୍ତି , ‘ଜାଏଁ କି ରିକେଁ ।' ଏହାକୁ ପଢି ଜଣେ ଲେଖିଛନ୍ତି , ଥରେ ଜୟା ଜୀଙ୍କୁ ପଚାରନ୍ତୁ। ଅନ୍ୟ ଜଣେ ଲେଖିଛନ୍ତି , ନା ସାର୍‌, ଏବେ ରୁହନ୍ତୁ। ମୋଦୀ ଜୀଙ୍କୁ ଆପଣଙ୍କର ଆବଶ୍ୟକତା ରହିଛି। କିଛି ଲୋକ ଏମିତି ବି ଅଛନ୍ତି , ଯିଏ ଏହା ଅନୁମାନ କରୁଛନ୍ତି କି, ଅମିତାଭ , ଫିଲ୍ମରୁ ଅବସର ନେବାକୁ ଯାଉଛନ୍ତି। କିଛି ଲୋକ ଭାବୁଛନ୍ତି କି, ବୋଧହୁଏ ‘କୌନ ବନେଗା କରୋଡପତି ’ ବନ୍ଦ ହେବାକୁ ଯାଉଛି। ଏଠାରେ ଦେଖନ୍ତୁ ଅମିତାଭ ବଚ୍ଚନଙ୍କ ପୋଷ୍ଟ ।


ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ –

ଅମିତାଭ ବଚ୍ଚନଙ୍କ ୱାର୍କଫ୍ରଣ୍ଟର କଥା ଯଦି କହିବା ତ ବହୁତ ଶୀଘ୍ର ‘ଜମାନତ୍’, ‘ଆଖେଁ -୨’ , ‘ଦ ରିଟର୍ନ’, ‘କକଟେଲ-୨’ , ଓ ‘ହଁସମୁଖ ପିଘଲ ଗଏ’ ରେ ନଜର ଆସିବେ। ଶେଷ ଥର ଅମିତାଭ ବଚ୍ଚନ , ଅୟାନ ମୁଖାର୍ଜୀଙ୍କର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିଥିଲେ। ଏହି ଫିଲ୍ମକୁ ଲୋକେ ଖୁବ୍‌ ପସନ୍ଦ କରି ଥିଲେ। ଏବେ ସେ ଏହାର ଦ୍ୱିତୀୟ ପାର୍ଟରେ ନଜର ଆସିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ ପାର୍ଟ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୬ରେ ବଡ଼ ପରଦାରେ ରିଲିଜ୍‌ ହୋଇପାରେ।