ପ୍ରମୂଖ ଖବର
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

କ୍ଷୀର ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍, କାନ୍ଥ ଭାଙ୍ଗି କ୍ରେନ୍ ସାହାଯ୍ୟରେ ଉଦ୍ଧାର ହେଲେ ୩୦ ଶ୍ରମିକ

Published By : Harapriya Biswal | August 25, 2025 7:57 PM

ଜଳନ୍ଧର,୨୫।୮: ପଞ୍ଜାବର ଜଳନ୍ଧରରେ ବଡ଼ ଧରଣର ଅଘଟଣ। ସୋମବାର ମଧ୍ୟାହ୍ନରେ ଏଠାର ଏକ କ୍ଷୀର ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହେବାପରେ ଆତଙ୍କ ଖେଳିଯାଇଥିଲା। ଭିତରେ ଥିବା ୩୦ରୁ ୪୦ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ। ଏହା ପରେ ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗି କ୍ରେନ୍ ସାହାଯ୍ୟରେ କର୍ମଚାରୀଙ୍କୁ ବାହାର କରାଯାଇଥିଲା। ୩୦ ଜଣଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଛି। 

ମିଳିଥିବା ସୂଚନା ଅନୁସାରେ, ଫ୍ୟାକ୍ଟ୍ରି ପରିସରରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁଁ  ଆତଙ୍କ ଖେଳି ଯାଇଥିଲା। କର୍ମଚାରୀମାନେ ଜୀବନ ବିକଳରେ ବାହାରକୁ ଯିବାର ବାଟ ଖୋଜିଥିଲେ। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଁଞ୍ଚିଥିଲା। ସ୍ଥିତିର ଗମ୍ଭୀରତାକୁ ଦେଖି ଅଧିକାରୀମାନେ ଫଶିଥିବା ଶ୍ରମିକଙ୍କୁ ବାହାର କରିବାକୁ  ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗି ଦେଇଥିଲେ। ଏହାପରେ କ୍ରେନ ସାହାର୍ଯ୍ୟରେ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିଥିଲେ। 

ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତକାରୀ ଗଠନ କରାଯାଇଛି। ଏହି ଘଟଣା ପୁଣିଥରେ ଶିଳ୍ପ ସୁରକ୍ଷା ନିୟମ ଉପରେ ପ୍ରଶ୍ନ ଉଠାଇଛି। ଏହା ଏକ ବଡ଼ ଦୁଃଖଦ ଘଟଣା ହୋଇପାରିଥାନ୍ତା, କିନ୍ତୁ ପ୍ରଶାସନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଶ୍ରମିକଙ୍କ ଜୀବନ ବଞ୍ଚାଇ ପାରିଛି। ବର୍ତ୍ତମାନ ପୁରା ଅଞ୍ଚଳ  ପୋଲିସ ନଜରରେ ରହିଛି। ସ୍ଥାନୀୟ ଲେକାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.