ନୂଆଦିଲ୍ଲୀ :ନେପାଳରେ ଜେନ-ଜେଡ୍ ଆନ୍ଦୋଳନ ପରେ, ଏବେ ଭୂମିକମ୍ପରେ ଥରି ଉଠିଛି। ଏହି ଭୂକମ୍ପ ଶୁକ୍ରବାର ପୂର୍ବ ନେପାଳର ରାମେଛାପ୍ ଜିଲ୍ଲାରେ ହୋଇଛି। ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ଆଜି ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତୁରନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଭୂମିକମ୍ପ ଅପରାହ୍ନ ୨.୧୪ ମିନିଟରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁରୁ ପ୍ରାୟ ୧୫୦ କିଲୋମିଟର ପୂର୍ବରେ ରାମେଛାପ୍ ଜିଲ୍ଲାର ୱାଟାଲି ଅଞ୍ଚଳରେ ଅବସ୍ଥିତ ଥିଲା। ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ସମାନ ଜିଲ୍ଲାରେ ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

ତେବେ ଚଳିତ ମାସରେ ନେପାଳରେ ଏହା ଦ୍ୱିତୀୟ ଭୂମିକମ୍ପ ଥିଲା। ତଥାପି, ଏହା କମ୍ ତୀବ୍ରତାର ଥିଲା। ସେପ୍ଟେମ୍ବର ୩ ରେ ନେପାଳରେ ଦୁଇଥର ସମାନ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା କୌଣସି କ୍ଷତି କରିନଥିଲା। ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ଗୋର୍ଖା ଜିଲ୍ଲାରେ ସକାଳ ୬.୧୫ରେ ଭୂମିକମ୍ପ ହୋଇଥିଲା।