ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

Published By : Harapriya Sethi | October 3, 2024 11:48 AM

ବାଲିଗୁଡା,୦୩/୧୦: ଦୁର୍ଗlପାଙ୍ଗା ଗ୍ରାମ ପଞ୍ଚାୟତରେ ଝାଡାବାନ୍ତିର ଆତଙ୍କ । ଦୁର୍ଗମ ଇଲାକା କାଣିବାରୁ, ସିନ୍ଧିବାଲି, ବାଡ଼ିପାଙ୍ଗା, ସାକାରଯୋଡି ଭଳି ସାତ ଖଣ୍ଡ ଗାଁରେ ପାଞ୍ଚ ଦିନ ଭିତରେ ସରକାରୀ ରିପୋର୍ଟ ଅନୁଯାୟୀ ୬ ଜଣ ମୃତ୍ୟୁ ବରଣ କରିଥିବାବେଳେ ବେସରକାରୀ ଭାବେ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଏହା ସହ ୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗlପାଙ୍ଗା ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କିଛିଦିନ ହେବ ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତର ଦୁର୍ଗମ ଇଲାକା କାଣିବାରୁ, ସିନ୍ଧିବାଲି, ବାଡ଼ିପାଙ୍ଗା,ସାକାରଯୋଡି ଭଳି ସାତ ଖଣ୍ଡ ଗାଁରେ ପାଞ୍ଚ ଦିନ ଭିତରେ ୬ ଜଣଙ୍କ ଜୀବନ ନେଲlଣି ଝାଡ଼ାବାନ୍ତି । ସଚେତନତା ଅଭାବରୁ ସମ୍ପୃକ୍ତ ଗ୍ରାମବାସୀ ଅଖାଦ୍ୟ ଖାଇ ଏବଂ ଦୂଷିତ ଜଳ ବ୍ୟବହାର କରି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଧୀରେ ଧୀରେ ଏହା ମହାମାରୀର ରୂପ ନେଲାଣି l ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରୁନି । ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । 

ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ ନଥିବାରୁ ଲୋକେ ଗୁଣି ଗାରେଡିର ସାହାରା ନେଉଛନ୍ତି l ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଗାଁରେ ପହଞ୍ଚିଛି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଡାକ୍ତରୀ ଟିମ l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ଡାକ୍ତର ପ୍ରସନ୍ନ ତ୍ରିପାଠୀ, ବି. ପି. ଏମ ଶାନ୍ତନୁ କୁମାର ସାହୁ ପାହାଡ଼ ପର୍ବତ ଚଢି ଗାଁରେ ପହଞ୍ଚି ରୋଗର କାରଣ ଖୋଜି ବାହାର କରିଛନ୍ତି l କୋଟଗଡ ଜିଲ୍ଲା ପରିଷଦ ଜିରିମୟ ସୁନାମାଝି ଓ କନ୍ଧମାଳ ସାଂସଦ ପ୍ରତିନିଧି ସୋନୁ ପ୍ରଧାନଙ୍କ ଏକ ଟିମ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଜଣାପଡିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.