ନିଶ୍ଚିନ୍ତକୋଇଲି, ୧୪।୯: ନଦୀରେ ବୁଡ଼ି ବୃଦ୍ଧ ନିଖୋଜ । ନିଶ୍ଚିନ୍ତକୋଇଲି ବ୍ଲକ୍ ବେଣୀ ରାମପୁର ଗାଁର ଜଣେ ବୃଦ୍ଧ ଚିତ୍ରୋତ୍ପଳା ନଦୀରେ ଗାଧୋଉ ଥିବାବେଳେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ନିଖୋଜ ରହଥିବା ବୃଦ୍ଧ ବେଣୀ ରାମପୁର ଗାଁର କୃଷ୍ଣଚନ୍ଦ୍ର ସାହୁ । ରବିବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା । ପଳରେ ସେ ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ​​​​​​​