ନୂଆଦିଲ୍ଲୀ,୨୪।୩:  ବିଗ୍ ବ୍ୟାଙ୍କ ପରେ ମାତ୍ର ୩୦ କୋଟି ବର୍ଷରେ ଆକାଶଗଙ୍ଗା  JADES-GS-z14-0 ରୁ ଅକ୍ସଜେନ୍ ମିଳିଛି। ଏହି ଆକାଶଗଙ୍ଗାରେ ଅଧିକ ଅକ୍ସିଜେନ୍ ରହିବା ବୈଜ୍ଞାନିକଙ୍କ ପାଇଁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା, କାରଣ ସେ ଭାବିନଥିଲେ ଯେ, ହାଇଡ୍ରୋଜେନ୍‌ ଓ ହିଲିୟମ୍ ବ୍ୟତୀତ ଅନ୍ୟ ଜିନିଷ ଏତେ ଜଲଦି ତିଆରି ହୋଇପାରିବନି। ଅକ୍ସିଜେନ୍‌ର ନିର୍ମାଣ ତାରାର କୋରରେ ହାଇଡ୍ରୋଜେନ୍‌ର ଫ୍ୟୁଜନ୍‌ରେ ତିଆରି ହୋଇଥାଏ। ଏହି ପକ୍ରିୟା ଦୀର୍ଘ ସମୟ ନେଇଥାଏ।  JADES-GS-z14-0 ର ସନ୍ଧାନ ଜେମ୍ସ ଓ୍ବେବ୍ ସ୍ପେସ୍‌ ଟେଲିସ୍କୋପ୍ ଦ୍ବାରା ୨୦୨୪ ରେ କରାଯାଇଥିଲା। ଏହାର ଆଲୋକ ଆମ ପର୍ଯ୍ୟନ୍ତ ପହଁଞ୍ଚିବାରେ ପ୍ରାୟ ୧୩.୪ ବିଲିୟନ ବର୍ଷ ଲାଗିଛି।

ଏହି ଆକାଶଗଙ୍ଗାରେ ଅକ୍ସିଜେନ୍‌ ଅତ୍ୟାଧିକର ସନ୍ଧାନ ଅଲମା୍ (Atacama Large  Millimeter/submillimeter Array) ଦ୍ବାରା କରାଯାଇଥିଲା। ଏହି ସନ୍ଧାନ ଆମ ବ୍ରହ୍ମାଣ୍ଡର ଉତ୍ପତ୍ତି ଓ ବିକାଶ ବିଷୟରେ ବୁଝିବାକୁ କ୍ଷମତା ରଖିଥାଏ। ବୈଜ୍ଞାନିକଙ୍କ ମତରେ ଏବେ ଏହାକୁ ବୁଝିବାର ଆବଶ୍ୟକତା ରହିଛି।  ଏତେ ଜଲଦି କିଭଳି ଅକ୍ସିଜେନ୍ ତିଆରି ହୋଇଛି। ଏହି ଆକାଶଗଙ୍ଗାରେ ଏତେ ଜଲଦି କିଭଳି ବିକଶିତ ହୋଇଛି। ନେଦରଲ୍ୟାଣ୍ଡର ଲିଡେନ୍ ଅବଜରଭେଟରୀର କସ୍‌ମୋଲୋଜିଷ୍ଟ ସେଣ୍ଡର ଶାଉସ୍ କହିଛନ୍ତି, ଏହା ଏଭଳି ଯେପରିକି ଆପଣ ଏକ ଏଭଳି ସ୍ଥାନରେ କିଶୋର ପାଇଥାନ୍ତି, ଯେଉଁଠି ଶିଶୁର ଆଶା କରିଥାନ୍ତି। ଆକାଶଗଙ୍ଗା ଖୁବ୍ ଦ୍ରୁତ ଗତିରେ ତିଆରି ହୋଇଛି ଓ ଦ୍ରୁତ ଗତିରେ ପରିପକ୍ବ ହୋଇଛି। ଏହା ଖୁବ୍ ଚକିତ କରିଦେବା ଭଳି କଥା।  JADES-GS-z14-0 ର ଅସ୍ତିତ୍ବ ଆମର ବ୍ରହ୍ମାଣ୍ଡୀୟ ମଣ୍ଡଳ ପାଇଁ ଏକ ସମସ୍ୟା, କାରଣ ଆମକୁ ଲାଗୁଛି ଯେ, ଆକାଶଗଙ୍ଗାକୁ ବିକଶିତ ହେବାରେ ବହୁତ ସମୟ ଲାଗିଥାଏ। ଏହା ଆକାଶଗଙ୍ଗାର ଏତେ ଦୂରରେ ରହିଛି ଯେ, ଏହାକୁ ଦେଖିବା ପାଇଁ ବହୁତ ବଡ ଓ ଚମକୁଥିବା ଆଲୋକ ହେବା ଦରକାର। ଏହା ୧୩.୪ ବିଲିୟନ ପ୍ରକାଶ ବର୍ଷ ଦୂରରେ ରହିଛି। ଯାହାକି ଅନ୍ୟ ଜିନିଷ ପାଇଁ ସମୟ ନେଇଥାଏ ତାହା ହେଲା ହାଇଡ୍ରୋଜେନ୍ ଓ ହିଲିୟମରେ ଭରି ତତ୍ବର ନିର୍ମାଣ। 

ଯେତେବେଳେ ଆମ ଭଳି ବ୍ରହ୍ମାଣ୍ଡ ବିଗ୍ ବ୍ୟାଙ୍ଗରେ ପ୍ରଥମ ଥର ଅସ୍ତିତ୍ବରେ ଆସିଥିଲା, ସେତେବେଳେ ସବୁଠାରୁ ପ୍ରଥମେ ତିଆରି ହୋଇଥିବା ତତ୍ତ୍ବ ହାଇଡ୍ରୋଜେନ୍ ଓ ହିଲିୟମ୍‌ ଥିଲା। ପ୍ରଥମେ ତାରା ତିଆରି ହୋଇଥିଲା ଓ ଏତେ ଗରମ ଓ ଘନ ହୋଇଯାଇଥିଲା ଯେ ସେ ହାଇଡ୍ରୋଜେନ୍‌କୁ ଅକ୍ସିଜେନ୍ ଭଳି ତତ୍ତ୍ବରେ ବଦଳାଇ ଦେଇଥିଲା। କିନ୍ତୁ ଏହି ତତ୍ତ୍ବକୁ ମହାକାଶରେ ବ୍ୟାପିବା ପାଇଁ, ତାରାକୁ ନିଜ ଜୀବନ ବଞ୍ଚିବାକୁ ହେବ ଓ ପରେ ଏକ ବଡ ବିସ୍ଫୋରଣରେ ମରିବାକୁ ହେବ। ଏହି ପକ୍ରିୟା କିଛି ମିଲିୟନ ବର୍ଷର ହୋଇପାରେ। ଚିଲ୍ଲୀ  ବୈଜ୍ଞାନିକମାନେ JADES-GS-z14-0 ଆକାଶଗଙ୍ଗାର ଅଧ୍ୟୟନ କରିଛନ୍ତି, ତେଣୁ ତାଙ୍କୁ ହାଇଡ୍ରୋଜେନ୍‌ ଓ ହିଲିୟମରେ ଭାରି ତତ୍ତ୍ବର ମାତ୍ରା ଅନୁମାନଠାରୁ ୧୦ ଗୁଣା ଅଧିକ ମିଳିଛି। ଏହି ପରିଣାମ ଦେଖାଉଛି ଯେ, ଏହି ତତ୍ତ୍ବର ନିର୍ମାଣ ଆମ ଆଶାଠାରୁ ବହୁତ ଅଧିକ ଦୃତ ଗତିରେ ରହିଛି।