ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟର ନୂଆ ଟ୍ରଫି ଉନ୍ମୋଚିତ, ଜାଣନ୍ତୁ କ'ଣ ଖାସ୍‌

Published By : Ankita S | June 20, 2025 7:58 AM

ନୂଆଦିଲ୍ଲୀ,୨୦/୦୬: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ (ଶୁକ୍ରବାର) ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଲିଡ୍ସରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହା ପୂର୍ବରୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟର ନୂଆ ଟ୍ରଫି ଉନ୍ମୋଚିତ ହୋଇଛି । ଆଣ୍ଡରସନ୍‌ ଓ ସଚିନ୍‌ ଟ୍ରଫିର ନାମ ରହିଛି । ଉଭୟ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍‌ ଉପସ୍ଥିତ ରହି ଟ୍ରଫି ଉନ୍ମୋଚନ କରିଛନ୍ତି ।

୨୦୦୭ ମସିହାରୁ ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜରେ ବିଜେତା ଦଳକୁ ପଟୌଦି ଟ୍ରଫି ପ୍ରଦାନ କରାଯାଉଥିଲା । କିନ୍ତୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) ଏହାର ନାମ ପରିବର୍ତ୍ତନ କରି ଆଣ୍ଡରସନ-ସଚିନ ଟ୍ରଫି କରିବାକୁ ଯୋଜନା କରିଥିଲ । ଏ ବିଷୟରେ ବିସିସିଆଇକୁ ଜଣାଇଥିଲା । ମାତ୍ର ସଚିନ ଏ ବିଷୟରେ ଅବଗତ ହେବା ପରେ ଉଭୟ ଇସିବି ଓ ବିସିସିଆଇକୁ ଟ୍ରଫିର ନାମ ପରିବର୍ତ୍ତନ ନକରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିପରି ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ନାମ ସିରିଜ ସହ ଯୋଡ଼ି ହୋଇ ରହିବ ସେନେଇ ସଚିନ ଉଦ୍ୟମ ଆରମ୍ଭ କରିଥିଲେ । 

ସେ କହିଛନ୍ତି, ‘ପ୍ରଥମେ ପଟୌଦି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲି ଏବଂ ଭାରତ-ଇଂଲଣ୍ଡ ସିରିଜ ସହ କିଭଳି ତାଙ୍କ ନାମ ପୂର୍ବଭଳି ଯୋଡ଼ି ରହିବ ଆମେ କଥା ହୋଇଥିଲୁ । ଏଥିପାଇଁ ବିସିସିଆଇ ଓ ଇସିବି ସହ କଥା ହୋଇ ମୋର କିଛି ପ୍ରସ୍ତାବ ରଖିଥିଲି । ଯାହା ହେଉ ଶେଷରେ ବିଜୟୀ ଦଳର ଅଧିନାୟକଙ୍କୁ ପଟୌଦି ମେଡାଲ ଦେବାକୁ ନିଷ୍ପତ୍ତି ହୋଇଥିଲା ।’ ତେଣୁ ଟ୍ରଫିର ନୂଆ ନାମକରଣ ହୋଇଥିଲେ ବି ପଟୌଦିଙ୍କ ନାମ ପୂର୍ବଭଳି ସିରିଜ ସହ ଯୋଡ଼ି ହୋଇ ରହିବ । 

ପୂର୍ବରୁ ଇଂଲଣ୍ଡରେ ପଟୌଦି ଟ୍ରଫି ଏବଂ ଭାରତରେ ଆଣ୍ଟୋନୀ ଡି ମେଲୋ ଟ୍ରଫି ପ୍ରଦାନ କରାଯାଉଥିଲା । ଏବେ କେବଳ ବିଜେତାଙ୍କୁ ଆଣ୍ଡରସନ୍‌-ସଚିନ ଟ୍ରଫି ଏବଂ ବିଜେତା ଦଳର ଅଧିନାୟକଙ୍କୁ ପଟୌଦି ମେଡାଲ ମିଳିବ । ଟେଷ୍ଟ କ୍ରିକେଟ୍‌ ଇତିହାସରେ ଆଣ୍ଡରସନ୍‌ ସର୍ବାଧିକ ୱିକେଟ୍‌ ହାସଲକାରୀ ଦ୍ରୁତ ବୋଲର । ସେମିତି ସଚିନ ହେଉଛନ୍ତି ସର୍ବକାଳୀନ ସର୍ବାଧିକ ରନ୍‌ ସ୍କୋରର । ସେ ୨୦୦ ଟେଷ୍ଟ ଖେଳି ୧୫୯୨୧ ରନ କରିଥିଲେ । ଯେଉଁଥିରେ ୫୧ଟି ଶତକ ସାମିଲ ରହିଥିଲା । ଆଣ୍ଡରସନ୍‌ ୧୮୮ଟି ଟେଷ୍ଟ ଖେଳି ୭୦୪ଟି ୱିକେଟ୍‌ ହାସଲ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.