ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ସୀମାନ୍ତରେ ଆୟୁଷ୍ମାନ ଦ୍ଵନ୍ଦ୍ଵ, କୋରାପୁଟର ୯ ଗାଁରେ ସ୍ଵାସ୍ଥ୍ୟକାର୍ଡ ବାଣ୍ଟୁଛି ଆନ୍ଧ୍ର

Published By : Prameya | April 15, 2025 8:37 AM

ଭୁବନେଶ୍ୱର,୧୫/୦୪ : ଆନ୍ଧ୍ରପ୍ରଦେଶ ସରକାର ୨୦୦୭ ମସିହାରୁ ଡ. ୱାଇଏସ୍‌ଆର ଆରୋଗ୍ୟଶ୍ରୀ ଯୋଜନା ଆରମ୍ଭ କରିଥିଲେ। ପରେ ଏହି ଯୋଜନାର ନାଁ ପରିବର୍ତ୍ତନ ହୋଇଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁଗୁଡିକରେ ଏହି କାର୍ଡ ବଣ୍ଟାଯାଉଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ତଥା କୋରାପୁଟ ଜିଲ୍ଲାର ୯ଟି ଗାଁରେ କ୍ୟାମ୍ପ୍‌ କରାଯାଇ ନୂଆ କାର୍ଡ ପାଇଁ ଆବେଦନ କରାଯାଉଛି । ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ଏହି କାର୍ଡ କରିବାକୁ ଲୋକଙ୍କୁ ସଚେତନ କରିବା ସହ କାର୍ଡ ପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରୁଛନ୍ତି । ତୁରନ୍ତ କାର୍ଡ ତିଆରି କରି ବଣ୍ଟନ ମଧ୍ୟ କରୁଛନ୍ତି । ଅପରପକ୍ଷରେ ନିକଟରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଛି । ଏଣୁ ଲୋକେ କେଉଁ କାର୍ଡ ପାଇଁ ଆବେଦନ କରିବେ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ତେଣୁ ସ୍ଥାନୀୟ ପ୍ରଶାସନ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଲୋକଙ୍କୁ ସଚେତନ କରିବାର ଆବଶ୍ୟକ ରହିଛି । 

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ କୋଟିଆ ପଞ୍ଚାୟତର ଫଗୁଣ ସିନେରୀ, ତଳ ଗଞ୍ଜେଇ ପଦର, ଧୂଳି ପଦର, ସୁଙ୍କି ପଞ୍ଚାୟତର ବାଙ୍ଗାରଗୁଡି ଓ ଗୋଲୁରୁ ଏବଂ ସମ୍ବାଇ ଓ ସୁନାବେଡା, ନନ୍ଦପୁର ବ୍ଳକର ରାଇପାଡୁ ଏବଂ ବନ୍ଧୁଗାଁ ବ୍ଳକର ଲଙ୍ଗଳ ବେଡା ଆଦି ୯ଟି ଗାଁ ଆନ୍ଧ୍ର ସୀମା ସହ ଲାଗି ରହିଛି । ଏହି ଗାଁଗୁଡିକରେ ବିଭିନ୍ନ ସମୟରେ ଆନ୍ଧ୍ର ଅନୁପ୍ରବେଶ କରି ଏସବୁ ଗାଁକୁ ନିଜର ବୋଲି ଦାବି କରୁଛି । ଏହା ସହ ନିଜ ଯୋଜନାଗୁଡିକ କାର୍ଯ୍ୟକାରୀ କରୁଛି । ଓଡ଼ିଶା ସରକାରଙ୍କ ଯୋଜନାଗୁଡିକ ଠିକ ଭାବେ ଏଠାରେ ପହଞ୍ଚି ପାରୁ ନଥିବାରୁ ହାତପାହାନ୍ତରେ ମିଳୁଥିବା ଆନ୍ଧ୍ର ସରକାରଙ୍କ ଯୋଜନାରେ ସାମିଲ ହେବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି । 

ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀମାନେ କିଛି ଦିନ ହେବ ଉପରୋକ୍ତ ଗାଁ ଗୁଡିକରେ ଘର ଘର ବୁଲି ସର୍ଭେ କରୁଛନ୍ତି । ଲୋକଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଆନ୍ଧ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜାନରେ ସାମିଲ କରାଉଛନ୍ତି । ଘରକୁ ଆସି ଯୋଜନାରେ ସାମିଲ କରୁଥିବାରୁ ସେମାନେ ବିରୋଧ ମଧ୍ୟ କରୁନାହାନ୍ତି । ଅପରପକ୍ଷେ ଏ ନେଇ କିନ୍ତୁ ସ୍ଥାନୀୟ ପ୍ରଶାସନ ନିକଟରେ କିଛି ଖବର ନାହିଁ । ତେବେ ସମୟ ଥାଉ ଥାଉ ପ୍ରଶାସନ ପକ୍ଷରୁ ଆନ୍ଧ୍ର ଅନୁପ୍ରବେଶକୁ ରୋକିବା ଆବଶ୍ୟକ ନ ହେଲେ ଉପରୋକ୍ତ ସମସ୍ତ ଗାଁର ଲୋକଙ୍କୁ ଆନ୍ଧ୍ର ନିଜ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିଦେବ । ପରେ ଏହି ସବୁ ଅଞ୍ଚଳକୁ ନିଜର ବୋଲି ଦାବି କରିବ । 

ଏହି ଖବରଟିକୁ ପଢନ୍ତୁ-ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୫୦ ରୁ ୬୦ କିମି ବେଗରେ ବହିବ ପବନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.