ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଫ୍ୟାନ୍ସଙ୍କୁ ଝଟକା; ରୋ-କୋଙ୍କ ପରେ ଆଉ ଜଣେ ବଡ଼ ଖେଳାଳି ନେବେ ଅବସର,ଏହି ଦିନ ଖେଳିବେ ଶେଷ ମ୍ୟାଚ

Published By : Ankita S | July 17, 2025 8:51 AM

ନୂଆଦିଲ୍ଲୀ,୧୭/୦୭: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବ୍ୟାଡ଼ ନ୍ୟୁଜ । ବିଶେଷ କରି ୱେଷ୍ଟଇଣ୍ଡିଜ ପ୍ରଶଂସକଙ୍କୁ ଚମକାଇ ଦେବା ପରି ଖବର ଆସିଛି । ନିକୋଲସ ପୁରନଙ୍କ ପରେ ଆଉ ଜଣେ ମହାନ୍‌ ଇଣ୍ଡିଜ ପ୍ଲେୟାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ପରେ ସେ ସନ୍ନ୍ୟାସ ନେବେ । ଜୁଲାଇ ୨୧ରୁ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହି ସିରିଜ ଆନ୍ଦ୍ରେ ରସେଲଙ୍କ ଶେଷ ମ୍ୟାଚ ହେବ ।

ଅବସର ନେବେ ରସେଲ- ଇଣ୍ଡିଜ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରଜର ସବୁ ମ୍ୟାଚ ଖେଳିବେ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ବିତୀୟ ମ୍ୟାଚ ପରେ ରସେଲ ସନ୍ନ୍ୟାସ ନେବେ । ସିରିଜର ଦ୍ୱିତୀୟ ମ୍ୟାଚ ୨୩ ଜୁଲାଇରେ ଖେଳାଯିବ । ଏହା ରସେଲଙ୍କ ଶେଷ ମ୍ୟାଚ ହେବ । ୩୭ ବର୍ଷୀୟ ରସେଲ ୨୦୧୦ରେ ଅନ୍ତର୍ଜତୀୟ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଏବଂ ତାଙ୍କର ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାର ୬ ମାସ ପରେ ଅର୍ଥାତ ୨୦୧୧ରେ ସେ ଟି-୨୦ ଏବଂ ଦିନିକିଆରେ ପଦାର୍ପଣ କରିଥିଲେ ।

ରସେଲଙ୍କ କ୍ୟାରିୟର- 

ଟେଷ୍ଟ-୧ ମ୍ୟାଚରେ ୨ରନ୍‌, ୧ ୱିକେଟ୍

ଦିନିକିଆ- ୫୬ ମ୍ୟାଚରେ ୧୦୩୪ ରନ୍‌, ୭୦ ୱିକେଟ

ଟି-୨୦-୮୪ ମ୍ୟାଚରେ ୧୦୭୮ ରନ୍‌ ଏବଂ ୬୧ ୱିକେଟ୍

ଆନ୍ଦ୍ରେ ରସେଲ ଦିନିକିଆରେ ୪ ଏବଂ ଟି୨୦ରେ ୩ଟି ଅର୍ଦ୍ଧଶତକ କରିଛନ୍ତି । ଦିନିକିଆରେ ଅପରାଜିତ ୯୨ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ଯାହା ଏକ ରେକର୍ଡ । ରସେଲଙ୍କର ଏହି ପାଳି ନବମ ସ୍ଥାନରେ ଖେଳୁଥିବା କୌଣସି ବ୍ୟାଟରଙ୍କ ବଡ଼ ରେକର୍ଡ । ୨ ଥର ବିଶ୍ୱକପ ବିଜେତା ଦଳରେ ଥିଲେ ରସେଲ । ୨୦୧୨ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ହୋଇଥିଲା । ଏଥିରେ ରସେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଅବସର ନେଇ ରସେଲ କହିଛନ୍ତି, ''ମୋତେ ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ବହୁତ ପସନ୍ଦ । ପରିବାର ଓ ସାଙ୍ଗଙ୍କ ସାମ୍ନାରେ ଘରେ ଖେଳିବାକୁ ଭାରି ଭଲ ଲାଗେ । ଯେଉଁଠି ମୋତେ ମୋର ପ୍ରତିଭା ଦେଖାଇବା ଏବଂ ଉନ୍ନତ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଛି । ମୋର ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ସାନଦାର କରିବାକୁ ଚାହୁଁଛି ଆଗାମୀ ପିଢି ପାଇଁ ଆଦର୍ଶ କରିବାକୁ ଚାହୁଁଛି ।''

କ୍ରିକେଟ ଜଗତରେ ଦିନେ ଦୁର୍ଦ୍ଦଶ ଦଳ ଭାବେ ଗଣା ହେଉଥିଲା ୱେଷ୍ଟଇଣ୍ଡିଜ । ତାର ନାଁ ଶୁଣିଲେ ପ୍ରତିପକ୍ଷ ଶିବିରରେ ଚିନ୍ତା ବଢୁଥିଲା । ଭିଭିଆନ୍ ରିଚାର୍ଡ୍ସ, ବ୍ରାଏନ ଲାରାଙ୍କ ପରି କ୍ରିକେଟର ରାଜ୍ କରୁଥିଲେ । ଏବେ କ୍ରିକେଟରେ ୱେଷ୍ଟଇଣ୍ଡିଜ ଏକପ୍ରକାର ଦୁର୍ବଳ ଦଳ ଭାବେ ପରିଗଣତି ହେଉଛି । ଏହା ସହିତ ଜଣଙ୍କ ପରେ ଜଣେ କ୍ରିକେଟର ଅବସର ନେଉଛନ୍ତି ଯାହା ଫ୍ୟାନ୍ସଙ୍କୁ ନିରାଶ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.