ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ସିବିଆଇ ଚଢାଉ ପରେ ଅଭିଯୋଗକୁ ଅନିଲ ଅମ୍ବାନୀଙ୍କ ପକ୍ଷରୁ ଖଣ୍ଡନ,ଏସବିଆଇକୁ ନେଇ କହିଲେ ଏଭଳି କଥା !

Published By : Harapriya Biswal | August 24, 2025 6:32 PM

ନୂଆଦିଳ୍ଲୀ,୨୪।୮:  ଶନିବାର ସିବିଆଇ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (ଆରକମ୍) ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ଯାଞ୍ଚ କରିଛି। କିଛି ଦିନ ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୨,୯୨୯.୦୫ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରାଯାଇଥିଲା।

ଏଫଆଇଆର ଦାଖଲ ହେବା ପରେ, ସିବିଆଇ ଟିମ୍ ଦୁଇଟି ସ୍ଥାନ ଆରକମର ଅଫିସ ଏବଂ ଅମ୍ବାନୀଙ୍କ ବାସଭବନ ପରିସର ରେ ଚଢାଉ କରିଥିଲେ। ଏସବିଆଇର ଅଭିଯୋଗ ଆଧାରରେ ଏଜେନ୍ସି ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (ଆରକମ), ଅନିଲ ଡି ଅମ୍ବାନୀ, ଅଜ୍ଞାତ ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିବା ପରେ ଗୁରୁବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଅମ୍ବାନୀଙ୍କ ବାସଭବନ 'ସି ୱିଣ୍ଡ'ରେ ସିବିଆଇ ଚଢାଉ କରିଥିଲା। ସିବିଆଇ କହିଛି ଯେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ଅପରାଧିକ ବିଶ୍ୱାସଘାତ ଅଭିଯୋଗରେ ଅମ୍ବାନୀ ଏବଂ ଆରକମ  ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏବେ ଏ ସମ୍ପର୍କରେ ଅନିଲ ଅମ୍ବାନୀଙ୍କ ପକ୍ଷରୁ ଏକ ବୟାନ ଆସିଛି।

ଅମ୍ବାନୀଙ୍କ ମୁଖପାତ୍ର କହିଛନ୍ତି, ଅନିଲ ଅମ୍ବାନୀଙ୍କ ବାସଭବନରେ ତଲାସୀ ଅଭିଯାନ ମଧ୍ୟାହ୍ନରୁ ଶୀଘ୍ର ଶେଷ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) କରିଥିବା ଅଭିଯୋଗ ୧୦ ବର୍ଷରୁ ଅଧିକ ପୁରୁଣା ମାମଲା। ସେତେବେଳେ ଅମ୍ବାନୀ କମ୍ପାନୀ ନନ୍-ଏକଜିକ୍ୟୁଟିଭ୍ ଡାଇରେକ୍ଟର ଥିଲେ ଓ କମ୍ପାନୀର ଡେଲି ମ୍ୟାନେଜମେଣ୍ଟରେ ତାଙ୍କର କୌଣସି ଭୂମିକା ନଥିଲା।  

ସେ ଆହୁରି କହିଛନ୍ତି  ଯେ SBI ପୂର୍ବରୁ ପାଞ୍ଚ ଜଣ ନନ୍‌-ଏକଜିକ୍ୟୁଟିଭ ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିସାରିଛି ଏବଂ ଅମ୍ବାନୀଙ୍କୁ ବାଛିବା ଦ୍ୱାରା ଟାର୍ଗେଟ କରାଯାଇଛି। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ରିଲାଏନ୍ସ କମ୍ୟୁନିକେସନ୍ ବର୍ତ୍ତମାନ SBI ନେତୃତ୍ୱରେ ଋଣଦାତାଙ୍କ କମିଟି ଦ୍ୱାରା ପରିଚାଳିତ ହେଉଛି ଏବଂ ଏହି ମାମଲା NCLT ଏବଂ ଅନ୍ୟାନ୍ୟ ନ୍ୟାୟିକ ଫୋରମରେ୬ ବର୍ଷ ଧରି ବିଚାରାଧୀନ ଅଛି।  ମୁଖପାତ୍ର କହିଛନ୍ତି, ଅମ୍ବାନୀ ସମସ୍ତ   ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ନିଜକୁ ରକ୍ଷା କରିବେ। SBI ପ୍ରଥମେ ୧୦ ନଭେମ୍ବର ୨୦୨୦ ରେ ଅମ୍ବାନୀ ଏବଂ କମ୍ପାନୀର ଆକାଉଣ୍ଟକୁ ' ଠକେଇ' ଭାବରେ ବର୍ଗୀକୃତ କରିଥିଲା ଏବଂ ଜାନୁଆରୀ ୨୦୨୧ ରେ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରିଥିଲା। ତଥାପି, ୬ ଜାନୁଆରୀ ୨୦୨୧ ରେ ଦିଲ୍ଲୀ ହାଇକୋର୍ଟର 'ଯଥାସ୍ଥିତି' ନିର୍ଦ୍ଦେଶ ପରେ ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.