ମୁମ୍ବାଇ,୧/୪ : ଅଭିନେତା ଅନୀଲ କପୁର ନିଜ ଜବରଦସ୍ତ ଫିଟନେସ ଲାଗି ଜଣାଶୁଣା । ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କର ଏକ ଖାସ୍ ପରିଚୟ ଅଛି । ୬୯ବର୍ଷ ବୟସରେ ବି ସେ କେତେକ ଯୁବ ଅଭିନେତାଙ୍କୁ ଟକ୍କର ଦେଇଥାନ୍ତି । ନିଜ ପରିଶ୍ରମ ଏବଂ ଶୃଙ୍ଖଳିତ ଜୀବନଶୈଳୀ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କୁ ସୁସ୍ଥ ରଖିବାକୁ ପ୍ରେରଣା ଦେଇଥାନ୍ତି ।
ଅନୀଲ କପୁର ନିକଟରେ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଜିମରେ କରାଯାଇଥିବା ଓ୍ବାର୍କଆଉଟର ଭିଡ଼ିଓ ପୋଷ୍ଟ କରିଥିଲେ । ଏହି ଭିଡ଼ିଓରେ ସେ ପୂରା ଜୋଶ୍ ସହ ହାଇ- ଇଣ୍ଟେସିଟି ଏକ୍ସରସାଇଜ କରାଯାଇଥିବା ଦେଖାଯାଉଛନ୍ତି। ଭିଡ଼ିଓରେ ଦେଖାଯାଉଛି କି ଫିଟନେସ୍ ଲାଗି କେଉଁଭଳି ପରିଶ୍ରମ କରୁଛନ୍ତି ।
ଭିଡ଼ିଓରେ ଅନୀଲ କପୁର ଏକ ମୋଟିଭେଶନାଲ ଆଡ଼ କରିଛନ୍ତି । ଯେଉଁଥିରେ କୁହାଯାଉଛି କି, ଜୀବନରେ ସବୁଠାରୁ ଶକ୍ତିଶାଳୀ ଜିନିଷ ଏହା କି ବାରମ୍ବାର ପରିଶ୍ରମ କରିବା । କିନ୍ତୁ କୌଣସି ବି କାମକୁ ଠିକ୍ ଭାବେ, ବାରମ୍ବାର ଏବଂ ପରେ ବାରମ୍ବାର କରିବେ । ଏହାଦ୍ବାରା ବଡ଼ ବଡ଼ ଆନ୍ଦୋଳନ ଆରମ୍ଭ ହୋଇଥାଏ, ବଡ଼ ଫଳ ମିଳିଥାଏ । ଫଳରେ ଆପଣ ଆପଣଙ୍କ ଶରୀର ନିର୍ମାଣ କରୁଛନ୍ତି ଏବଂ ଆପଣ ଆପଣଙ୍କ ବ୍ୟବସାୟ ଛିଡ଼ା କରୁଛନ୍ତି । ବାରମ୍ବାର ପରିଶ୍ରମର ଅର୍ଥ ଅଟେ ପ୍ରତିଦିନ ଛୋଟ ଛୋଟ ବିଜୟ ହାସଲ କରିବା । ଅନୀଲ କପୁର ପୋଷ୍ଟ୍ ସହ ଲେଖିଛନ୍ତି କି,’ ଆସନ୍ତୁ ପରିଶ୍ରମ କରନ୍ତୁ । ବାରମ୍ବାର କରନ୍ତୁ।’