ମୁମ୍ୱାଇ,୧୧/୧୧: ସୈୟାରା’ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଅନୀତ ପଡ୍ଡାଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ନିକଟରେ ସେ ମ୍ୟାଡକ୍ ହରର୍ ୟୁନିଭର୍ସରେ ଏଣ୍ଟ୍ରି କରିଛନ୍ତି । ଖୁବ୍ଶୀଘ୍ର ସେ ଫିଲ୍ମ ‘ଶକ୍ତି ଶାଲିନୀ’ରେ ମୁଖ୍ୟ ନାୟିକା ଭାବେ ବଡ଼ ପରଦାକୁ ଆସିବେ । ତେବେ ଫିଲ୍ମର ସୁଟିଂ ଶେଷ କରିବା ପୂର୍ବରୁ ସେ ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ମ୍ୟାଡକ୍ ହରର୍ କମେଡି ୟୁନିଭର୍ସର ଫିଲ୍ମରେ ସୁଟିଂ ଆରମ୍ଭ ପୂର୍ବରୁ ଅନୀତ ଅଧ୍ୟୟନ ଉପରେ ଫୋକସ୍ କରୁଛନ୍ତି । ଖୁବ୍ଶୀଘ୍ର ସେ ସ୍ନାତକ ଶେଷ ବର୍ଷ ପରୀକ୍ଷା ଦେବେ । ସେ ବର୍ତ୍ତମାନ ରାଜନୀତି ବଜ୍ଞାନରେ ସ୍ନାତକ ଅଧ୍ୟୟନ କରୁଛନ୍ତି । ତେବେ ଅଧ୍ୟୟନ ସହିତ କାମ ପାଇଁ ମଧ୍ୟ ସେ ସମୟ ବାହାର କରୁଛନ୍ତି । ଆସନ୍ତା ଡିସେମ୍ବର ଓ ଜାନୁଆରୀରେ ସେ ଶେଷ ବର୍ଷ ପରୀକ୍ଷା ଦେବେ । ‘ଶକ୍ତି ଶାଲିନୀ’ ଜଣେ ରହସ୍ୟମୟୀ ଦେବୀଙ୍କ ଉପରେ ପର୍ଯ୍ୟବସିତ, ଯିଏ ନକାରାତ୍ମକ ଆତ୍ମାରୁ ଲୋକଙ୍କୁ ରକ୍ଷା କରିବେ । ଫିଲ୍ମଟି ଚଳିତ ବର୍ଷ ଆରମ୍ଭରେ ରିଲିଜ୍ ହୋଇଥାନ୍ତା । କିନ୍ତୁ ଆସନ୍ତା ଡିସେମ୍ବର ୨୪ରେ ଏହା ଥିଏଟରକୁ ଆସିବ ।