ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

Published By : Ankita S | May 30, 2025 1:53 PM

ଡେରାଡୁନ,୩୦/୦୫: ୩ ବର୍ଷ ୩୨ ମାସ । ନ୍ୟାୟିକ ପ୍ରକ୍ରିୟା ପରେ ଝିଅକୁ ନ୍ୟାୟ ମିଳିବା ନେଇ ପରିବାରର ଅପେକ୍ଷା । ଝିଅକୁ ହରାଇବା ଦୁଃଖ ଭିତରେ ବି ନ୍ୟାୟ ମିଳିବା ନେଇ ଥିଲା ବିଶ୍ୱାସ । ଶେଷରେ ସତ୍ୟର ଜୟ ହୋଇଛି । ଉତ୍ତରାଖଣ୍ଡରେ ୩ ବର୍ଷ ତଳେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଇଛନ୍ତି ଉତ୍ତରାଖଣ୍ଡ କୋର୍ଟ । ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । 

ଆଜୀବନ ଦଣ୍ଡାଦେଶ- ତିନି ଅଭିଯୁକ୍ତ ଆର୍ଯ୍ୟ ସୌରଭ ଭାସ୍କର, ଅଙ୍କିତ ଗୁପ୍ତା ଓ ପୁଲକିତ ଆର୍ଯ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୮ ମାସ ଧରି ଚାଲିଥିବା ଶୁଣାଣିରେ ୪୭ ଜଣ ବୟାନ ଦେଇଥିଲେ । ପୁରା ମାମଲାରେ ଏସଆଇଟି ୯୭ ପ୍ରମାଣ ରଖିଥିଲେ । ସେଥିରୁ ୪୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୋର୍ଟରେ ଉପସ୍ଥାପିତ ହୋଇଥିଲା । ଉକ୍ତ ପ୍ରମାମ ଆଧାରରେ ଦୋଷୀଙ୍କୁ  ଆଜୀବନ ଦଣ୍ଡା ଶୁଣାଇଛନ୍ତି  ଅଦାଲତ ।

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା- ଉତ୍ତରାଖଣ୍ଡ ଋଷିକେଶର ପୌଡି ଜିଲ୍ଲା  ଭୋଗପୁର ଅଞ୍ଚଳର ଏକ ରିଜର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିଲେ ଅଙ୍କିତା ।  ୨୦୨୨ ୧୮ ଡ଼ିସେମ୍ବରରେ ୧୯ ବର୍ଷୀୟ ଅଙ୍କିତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାର ସପ୍ତାହେ ପରେ ଚିନ ନଦୀରୁ ଅଙ୍କିତାଙ୍କ ମୃତଦେହ ମିଳିଥିଲା । ଘଟଣାରେ ପୋଲିସ ରିଜର୍ଟ ମାଲିକ ପୁଲକିତ ଆର୍ୟଙ୍କ ସହିତ ତାଙ୍କର ଦୁଇ କର୍ମଚାରୀ ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତାଙ୍କୁ ଗିରଫ କରିଥିଲା । ରିଜର୍ଟରେ ଭିଆଇପିଙ୍କୁ ଅତିରିକ୍ତ ସେବା ଦେବାକୁ ଅଙ୍କିତା ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

୩୨ ମାସରେ କ'ଣ କ'ଣ ହେଲା ? ଉତ୍ତରାଖଣ୍ଡରେ ଚହଳ ପକାଇଥିଲା ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ଏବେ ବି ଜେଲ୍ ଚାରିକାନ୍ଥ ଭିତରେ ରହିଛନ୍ତି । ହତ୍ୟା ଘଟଣାର ତଦନ୍ତ ନେଇ ଏସଆଇଟି ଟିମ୍‌ ଗଠନ ହୋଇଥିଲା । ଏହାଛଡ଼ା ଅଭିଯୁକ୍ତ ଉପରେ ଗ୍ୟାଙ୍ଗଷ୍ଟାର ଅଧିନିୟମ ଅଧୀନରେ ମାମଲା ରୁଜ୍ଜୁ ହୋଇଥିଲା । ଧାମି ସରକାରଙ୍କ ପକ୍ଷରୁ ଅଙ୍କିତା ଭଣ୍ଡାରୀଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମାମଲାରେ ୫୦୦ ଫର୍ଦ୍ଦର ଚାର୍ଜସିଟ୍ ଦାଖଲ ହୋଇଥିଲା । ପରିବାର ଦାବିରେ ୩ ଥର ସରକାରୀ ଓକିଲ ବଦଳିଥିଲେ । ଏହା ସହିତ ଅଙ୍କିତାଙ୍କ ଭାଇ ଓ ବାପାଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଥିଲା । ମାମଲା ପରିବାର ସପକ୍ଷରେ ରହିଥିଲା । ବାରମ୍ବାର ଅଭିଯୁକ୍ତଙ୍କ ଜାମିନ୍ ଆବେଦନ୍ ଖାରଜ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.