ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୪ ଜିଲ୍ଲାର ନୂତନ ବିଜେପି ସଭାପତିଙ୍କ ନାଁ ଘୋଷଣା, ଆହୁରି ସଶକ୍ତ ହେବ ବିଜେପି ସଂଗଠନ

Published By : Harapriya Sethi | January 25, 2025 2:34 PM

ଭୁବନେଶ୍ୱର, ୨୫/୦୧: କଟକ ନଗର ଜିଲ୍ଲା ବିଜେପି ସଂଗଠନକୁ ମିଳିଛି ନୂଆ ମଙ୍ଗୁଆଳ । ଯୁବନେତା ସୁକାନ୍ତ କୁମାର ବିଶ୍ୱାଳ ନୂଆ ସଭାପତି ଭାବେ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଆଜି ନୂଆ ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । 

ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର, ନିଆଳୀ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ନେଇ ବିଜେପି ନୂଆ ସାଙ୍ଗଠନିକ ଜିଲ୍ଲା ରୂପେ ଘୋଷଣା କରିଛି । ଗତ ସାଧାରଣ ନିର୍ବାଚନରେ ଏହି ୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ କଂଗ୍ରେସ, ୨ଟି ବିଜେଡି ଏବଂ ଅନ୍ୟ ୨ଟି ନିର୍ବାଚନ ମଣ୍ଡଳୀରେ ବିଜେପିର ବାଜିମାତ ହୋଇଛି । ତେଣୁ ନୂଆ ସଭାପତି ଓ ତାଙ୍କ ଟିମ୍‌ ପାଇଁ ଅନେକ ଆହ୍ୱାନ ରହିଛି ବୋଲି କୁହାଯାଇପାରେ। ତେବେ ସେସବୁର ମୁକାବିଲା କରିବାରେ ତାଙ୍କ ସଂଗଠନ ପ୍ରସ୍ତୁତ ରହିଛି । ଆଗକୁ ବିଜେପି ତାର ଅଭିଯାନରେ ସଫଳ ହେବ ବୋଲି କହିଛନ୍ତି ପୃଥ୍ୱୀରାଜ।

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଶଶାଙ୍କ ଶେଖର ସେଠି ନିର୍ବାଚିତ ହୋଇଛନ୍ତି । ଜିଲା ସଂସ୍କୃତି ଭବନ ଠାରେ ଆୟୋଜିତ ସଂଗଠନ ପର୍ବରେ ନିର୍ବାଚନ ଅଧିକାରୀ ବିନୋଦ ଦାଶ ଏହି ଘୋଷଣା କରଛନ୍ତି । ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ନାକଚ ହୋଇଥିଲା । ରାଜ୍ୟ ପରଷଦକୁ ୮ ଜଣ ନିର୍ବାଚିତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ରାସ ବିହାରୀ ବେହେରା । ବଲାଙ୍ଗିର ଜିଲ୍ଲା ନୂତନ ବିଜେପି ସଭାପତିଙ୍କ ନାଁ ଆଜି ଘୋଷଣା କରାଯାଇଛି । ଶ୍ରୀବତ୍ସ ବେହେରା ବଲାଙ୍ଗିର ଜିଲ୍ଲା ନୂତନ ବିଜେପି ସଭାପତି ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.