ଫିରିଙ୍ଗିଆ, ୨୯/୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l  ଏଥିରେ ମୁଖ୍ୟ ଅତିଥି ଭାବେ  ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଯୋଗ ଦେଇ ଥିଲେ।  ଅନ୍ୟ ଅତିଥି  ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଚ୍ଛାପଡାର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ, ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନେଡି ପଦରର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁର, ଦାମିଙ୍ଗିଆ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ କହଁର, ଆଞ୍ଚଳିକ ସାଧନ କର୍ମୀ ରାଜେଶ କୁମାର ନାୟକ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ସିଂ ଏଥିରେ ସଭାପତିତ୍ବ କରିଥିଲେ। 

ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା, କ୍ରୀଡା, ସମୟାନୁବର୍ତ୍ତିତା ଉପରେ ପରାମର୍ଶ ଦେଇଥିଲେ।  ବିଭିନ୍ନ କ୍ଷେତ୍ରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର  ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା l  କାର୍ଯ୍ୟକ୍ରମକୁ ଗୋଚ୍ଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ ପରିଚାଳନା କରିଥିବା ବେଳେ   ଶିକ୍ଷକ ଉମେଶ ଚନ୍ଦ୍ର ବେହେରା, ଏସ ସୂର୍ଯ୍ୟନାରାୟଣ ପାତ୍ର, ଭରତ ଚନ୍ଦ୍ର ମଲିକ, ତ୍ରିନାଥ ସାହୁ, ସୁରଥ କୁମାର ପାତ୍ର, ଦୀପକ ପରିଡା, କଳ୍ପନା ମହାନ୍ତ, ଗାୟତ୍ରୀ ପଣ୍ଡା, ଏଲିମା ପ୍ରିୟ ଦର୍ଶିନି ଭଞ୍ଜ, ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l