ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଗୋଚ୍ଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ

Published By : Suraj Kumar | January 19, 2025 9:50 PM

ଫିରିଙ୍ଗିଆ , ୧୯।୦୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଛି l ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । 

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଲାଗୁଡା ପଞ୍ଚାୟତ ସରପଞ୍ଚ ରୋହିତ କହଁର, ଗୋଚ୍ଛାପଡା ସରପଞ୍ଚ ଯୁଗାନ୍ତ କହଁର, କୁଏର ମାଣ୍ଡୁ ପଞ୍ଚାୟତ ସରପଞ୍ଚ ମାଧବ କହଁର, କ୍ରାଣ୍ଡିବାଲି ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କହଁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡିପଦର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫିରିଙ୍ଗିଆର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସିଂ, ଦାମୀଙ୍ଗିଆ ଉଚ୍ଚ   ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପର୍ଶୁରାମ କହଁର, ବସ୍ତିଙ୍ଗିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ନାରାୟଣ ମହାନ୍ତି,ବିଦ୍ୟାଳୟ ର ସଭାପତି ଗୋକୁଳ ଚନ୍ଦ୍ର କହଁର ଯୋଗ ଦେଇଥିଲେ l  ଉପସ୍ଥିତ ଅତିଥିମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ  କ୍ରୀଡା, ଶିକ୍ଷା, ସମୟାନୁବର୍ତ୍ତିତା ସହ ନିଜକୁ ଜଣେ ଭଲ ମଣିଷଟିଏ ଗଢି ତୋଳିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l

ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ   ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ଶିକ୍ଷକ କରୁଣାକର ଜାନୀ, ସୁଷମା ମହାନ୍ତି, ସନ୍ଧ୍ୟାରାଣୀ ହୋତା, ସନ୍ଧ୍ୟାରାଣୀ ଭଞ୍ଜ, ଶୁଭଶ୍ରୀ ପଣ୍ଡା, କ୍ରୀଡା ଶିକ୍ଷକ ସତ୍ୟ ନାରାୟଣ ମୁଖି ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।   ବିଦ୍ୟାଳୟର ଶିକ୍ଷକ ତପନ କୁମାର ସାହୁ କାର୍ଯ୍ୟକ୍ରମ ଅବସରରେ ମଞ୍ଚ ପରିଚାଳନା କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.