ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହେଲା ଜିଲ୍ଲା ପାରମ୍ପରିକ ଲୋକକଳା ସାଂସ୍କୃତିକ ସଙ୍ଘର ବାର୍ଷିକ ଅଧିବେଶନ

Published By : Ladu Kishor | January 20, 2025 9:08 PM

ଫିରିଙ୍ଗିଆ,୨୦/୦୧ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଜିଲ୍ଲା ପାରମ୍ପରିକ ଲୋକକଳା ସାଂସ୍କୃତିକ ସଙ୍ଘର ବାର୍ଷିକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି I ସଙ୍ଘର ସଭାପତି ତଥା ବରିଷ୍ଠ କଳାକାର ଅକ୍ଷୟ କୁମାର କର୍ଣଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବି ମା ପୀତବଳିଙ୍କ ମୁଖ୍ୟ ପୂଜକ ସତ୍ୟନାରାୟଣ ଭୁକ୍ତାଙ୍କ ସହ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା କଳା ସଂଗଠକ ଚନ୍ଦ୍ରମୋହନ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନିଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତି ଇନ୍ଦ୍ରଜିତ କହଁର, କୋଟଗଡ଼ ବ୍ଲକ ଉପସଭାପତି ରବୀନ୍ଦ୍ର କୁମାର ସାହୁ, ଅଂଚଳର ବିଶିଷ୍ଠ କଣ୍ଠ ଶିଳ୍ପୀ ସୁମିତ୍ରା ସାହୁ, ଉଦୟଗିରି ବ୍ଲକର ବରିଷ୍ଠ କଳାକାର ସୁରେଶ ଡିଗାଲ, ଲୋଇସିଂର ଜଣାଶୁଣା କଳା ସଂଗଠକ ପଞ୍ଚୁଦେବ ପ୍ରଧାନ, ଟିକାବାଲି ବ୍ଲକର ବରିଷ୍ଠ କଳାକାର ଦୁଃଶାସନ ପ୍ରଧାନ ଓ ରଙ୍ଗନାଥ ପ୍ରଧନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଏହି ବୈଠକରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କଳାକାର ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ନାଟ୍ୟ ନିର୍ଦ୍ଦେଶକ ତଥା ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିଲେ I ଅନ୍ୟପଟେ ଏହି ବୈଠକ ରେ କଳାକାର ଭତ୍ତା, ଗ୍ରାମାଞ୍ଚଳ ସ୍ତରରୁ କଳାକାର ମାନଙ୍କୁ କିଭଳି ଭାବରେ ସଂଗଠିତ କରାଯାଇ ପାରିବ ଓ ସେମାନଙ୍କୁ କିଭଳି ଭାବରେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳି ପାରିବ ସେନେଇ ଆଲୋଚନା ହେବା ସହ ଆଗାମୀ ବୈଠକ ବିଷୟରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମ ଅବସରରେ ସମସ୍ତ କଳାକାର ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପରେ ଫିରିଙ୍ଗିଆରେ କଳାକାର ମାନଙ୍କ ପାଇଁ ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବା ପାଇଁ ସ୍ଥାନୀୟ ତହସିଲଦାର ଅନାମିକା ପାଣ୍ଡେଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I ବୈଠକ ଶେଷରେ ସଙ୍ଘର ସମ୍ପାଦକ ପ୍ରଭାତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.