ନୀଳଗିରି,୧୧/୫ :ମାସେ ନପରୁଣୁ ପୁଣି ପରିତ୍ୟକ୍ତ ଖାଦାନ ନେଲା ଆଉ ଏକ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ । ପରିତ୍ୟକ୍ତ ଖାଦାନରେ ପଡି ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ହେଲେ କେପି ମାହାଲ ଅଞ୍ଚଳର ସୁନୀଲ ସିଂ। ସୁନୀଲ ଆଜି କେପିମାହାଲ ଅଞ୍ଚଳରେ ଥିବା ପରିତ୍ୟକ୍ତ ଖାଦାନକୁ ଲୁଗା ସଫା କରିବା ପାଇଁ ଯାଇଥିଲେ । ହେଲେ ତାଙ୍କର ମୃତ ଦେହ ଗ୍ରାମବାସୀ ଉଦ୍ଧାର କରିଥିଲେ । ନୀଳଗିରି ପୋଲିସ ଯାଇ ତଦନ୍ତ ଆରମ୍ଭ କରି ମୃତଦେହ ଜବତ କରିଛି । ମୃତକଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଖାଦାନଟି ୧୦୦ ଫୁଟରୁ ଅଧିକ ଖାଲ ହୋଇଥିବା ବେଳେ ପାଣି ଭର୍ତ୍ତି ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଛି । ଠିକ ମାସକ ପୂର୍ବରୁ ପାଖରେ ଥିବା ଆଉ ଏକ ଖାଦାନରେ ଜଣେ ନାବାଳକ ବୁଡି ପ୍ରାଣ ହରାଇଥିବା ବେଳେ ଦୁଇ ଦିନପରେ ମୃତଦେହ ମିଳିଥିଲା।

ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡି...