ଭୁବନେଶ୍ବର,୧୯/୫ : ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ସୁନା ଆହତ । ଖସିବାକୁ ପୋଲିସ ଉପରକୁ ଚଳାଇଥିଲା ଗୁଳି। ପୋଲିସର ପାଲଟା ଗୁଳିରେ ବଣ୍ଟି ଆହତ । ବିଶେଷ କରି ବଣ୍ଟି ଗଞ୍ଜେଇ ଚୋରାଚାଳାଣକାରୀ ଭାବେ ଜଣାଶୁଣା ଥିଲା । ବଣ୍ଟି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଗଞ୍ଜେଇ ଯେତେବେଳେ ଯାଉଥିଲା ତାକୁ ଏସ୍କଟ ଦେଉଥିଲା । ଏହି କାରଣରୁ ପୋଲିସ ତା‘ଉପରେ ନଜର ରଖିଥିଲା । ଯେତେବେଳେ ଆଜି ନଜର ରଖିଥିଲା ସେହି ସମୟରେ ବଣ୍ଟି ଫେରାର ମାରିବାକୁ ଚେଷ୍ଟା କରିଥିଲା । ଯେତେବେଳେ ଜଙ୍ଗଲ ରାସ୍ତାଦେଇ ଗଞ୍ଜେଇ ପରିବହନ କରୁଥିଲା ପୋଲିସ ଚାରମାଳ ପାଖରେ ଜଗି ରହିଥିଲା । ଯେତେବେଳେ ବଣ୍ଟିକୁ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା ସେତେବେଳେ ସେ ଗାଡ଼ି ଚଢାଇବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚାଳାଇଥିଲା । ପରେ ପୋଲିସ ଏନକାଉଣ୍ଟର କରିଥିଲା । ଏହାପରେ ସେ ଆହତ ହୋଇଥିଲେ । ପ୍ରଥମେ ଚାରମାଳ ଏବଂ ପରେ ତାଙ୍କୁ ଭୀମସାର ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲାବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଅପରାଧି ମନିଷ ସାହୁକୁ ପୋଲିସ୍ ଏନକାଉଣ୍ଟର କରିଥିଲା । ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି ।