- ପୁଣି ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନରେ ତ୍ରୁଟି
- ବିମାନର ଉଡ଼ାଣକୁ କରଗଲା ବାତିଲ
- ଫ୍ଲାଇଟ୍ରେ ଫୁଏଲ୍ ସ୍ୱିଚ୍ ହୋଇଥିଲା ଖରାପ
- ଅନ୍ୟ ବିମାନକୁ ଚେକ୍ ପାଇଁ ଡିଜିସିଏର ନିର୍ଦ୍ଦେଶ
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାର ଆସିଛି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ। ସୋମବାର ଏୟାରଲାଇନ୍ସ କହିଛି – ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୂଖେ ଯାଉଥିବା ବିମାନରେ ଫୁଏଲ୍ ସ୍ୱିଚ୍ର ଖରାପ ହେବା ସାମ୍ନାକୁ ଆସିବା ପରେ ଏହାର ଉଡ଼ାଣକୁ ରୋକି ଦିଆ ଯାଇଥିଲା। ଏୟାରଲାଇନ୍ ଏହି ବିଷୟରେ ଡିଜିସିଏକୁ ସୂଚନା ଦେଇଛି, ଏହାପରେ ଡିଜିସିଏ ଅନ୍ୟ ସବୁ ବିମାନର ମଧ୍ୟ ଫୁଏଲ ସ୍ୱିଚ୍ ଚେକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏୟାରଲାଇନ୍ କହିଛି ଯେ,ସବୁ ବିମାନର ଯାଞ୍ଚ କରାଯାଇଛି,ଯେଉଁଥିରେ କୌଣସି ତ୍ରୁଟି ସାମ୍ନାକୁ ଆସି ନାହିଁ।
ଉକ୍ତ ମାମଲାରେ ଜାରି କରାଯାଇ ଥିବା ବୟାନରେ ଏୟାର ଇଣ୍ଡିଆ କହିଛି – ଆମକୁ ସୂଚନା ମିଳିଛି ଯେ,ଆମର ଜଣେ ପାଇଲଟ ବୋଇଂ ୭୮୭-୮ ବିମାନର ଫୁଏଲ କଣ୍ଟ୍ରୋଲ ସ୍ୱିଚ୍ରେ ସମ୍ଭାବିତ ଖରାପ ଥିବାର ସୂଚନା ଦେଇ ଥିଲେ। ପ୍ରାରମ୍ଭିକ ସୂଚନା ମିଳିବା କ୍ଷଣି ଆମେ ଏହି ବିମାନକୁ ଗ୍ରାଉଣ୍ଡ କରି ଦେଇଛୁ ଏବଂ ପାଇଲଟଙ୍କ ଚିନ୍ତାର ପ୍ରାଥମିକତା ଆଧାରରେ ଯାଞ୍ଚ କରାଇବା ପାଇଁ ଓଇଏମ୍କୁ ସାମିଲ କରିଛୁ।
ଆହୁରି ମଧ୍ୟ ପଢନ୍ତୁ : ଭାରତ ସରକାରଙ୍କ ବଡ଼ ଚେତାବନୀ,ହ୍ୟାକର୍ସଙ୍କ ଟାର୍ଗେଟରେ କୋଟି କୋଟି ୟୁଜର୍ସ
ଏୟାରଲାଇନ୍ ଆହୁରି କହିଛି –ଉକ୍ତ ମାମଲାର ସୂଚନା ଡିଜିସିଏକୁ ଜଣାଇ ଦିଆଯାଇଛି। ଡିଜିସିଏର ନିର୍ଦ୍ଦେଶ ପରେ ଏୟାର ଇଣ୍ଡିଆ ନିଜର ଫ୍ଲାଇଟ୍ ବିଭାଗରେ ସାମିଲ ସବୁ ବୋଇଂ ୭୮୭ ବିମାନର ଫୁଏଲ କଣ୍ଟ୍ରୋଲ ସ୍ୱିଚ୍ର ଯାଞ୍ଚ କରି ଥିଲେ, ଯେଉଁଥିରେ କୌଣସି ସମସ୍ୟା ଜଣାପଡ଼ି ନଥିଲା। ଏୟାର ଇଣ୍ଡିଆରେ ଯାତ୍ରୀ ଓ କ୍ରୁର ସୁରକ୍ଷା ସର୍ବୋପରି ।
ଉଲ୍ଲେଖନୀୟ ଯେ, ଏହି ମାମଲାର ଏମିତି ସମୟରେ ସାମ୍ନାକୁ ଆସିଛି,ଯେବେ ଏୟାର ଇଣ୍ଡିଆର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଫ୍ଲାଇଟ୍ର ଦୁର୍ଘଟଣା ହେବାର ଏବେ କିଛି ମାସ ବିତିଛି। ଏହି ଦୁର୍ଘଟଣାରେ ୨୬୦ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା। ଏହି ଦୁର୍ଘଟଣାର ଯାଞ୍ଚ ସମୟରେ ମଧ୍ୟ ଏହିପରି ସ୍ଥିତିର କଥା ସାମ୍ନାକୁ ଆସି ଥିଲା।
ସୋସିଆଲ ମିଡ଼ିଆରେ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ପକ୍ଷରୁ ଜାରି କରାଯାଇ ଥିବା ଏକ ପ୍ରେସ୍ ରିପୋର୍ଟରେ କୁହାଯାଇଛି ଯେ, ଫ୍ଲାଇଟ୍ର କ୍ରୁ ଲେଫ୍ଟ ଇଞ୍ଜିନରେ ଫୁଏଲ କଣ୍ଟ୍ରୋଲ ସ୍ୱିଚ୍ର ଅଲଗା ବ୍ୟବହାର ବିଷୟରେ ପାଇଲଟଙ୍କୁ ସୂଚନା ଦେଇଥିଲେ। ପ୍ରେସ୍ ରିପୋର୍ଟ ମୁତାବିକ , କ୍ରୁର ସଦସ୍ୟ କହିଥିଲେ – ଇଞ୍ଜିନକୁ ଷ୍ଟାର୍ଟ କରିବା ବେଳେ ଫୁଏଲ୍ କଣ୍ଟ୍ରୋଲ ବାରମ୍ୱାର ନିଜର ପୋଜିସନ ବଦଳାଉ ଥିଲା, ତାହା ଅନ୍ରେ ନରହି ବାରମ୍ୱାର କଟ୍ ଅଫ୍ ଆଡ଼କୁ ଖସୁ ଥିଲା। ଏମିତି ସ୍ଥିତିରେ ଅନେକ ଥର ଉଡ଼ାଣ ବେଳେ ଇଞ୍ଜିନ ବନ୍ଦ ହୋଇଯାଏ, ଯାହା କି ଦୁର୍ଘଟଣାର କାରଣ ହୋଇଥାଏ। ଉକ୍ତ ମାମଲାର ସୂଚନା ସାମ୍ନାକୁ ଆସିବା ପରେ ଉଡ଼ାଣକୁ ରୋକି ଦିଆ ଯାଇଛି।