ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଧ୍ୟପ୍ରଦେଶର ଆଉ ଏକ ଅନରକିଲିଂ; ବିବାହ ପାଇଁ ମନା କରିବାରୁ ଝିଅକୁ ଗୁଳିକରି ହତ୍ୟାକଲା ବାପା

Published By : Bijay Swain | January 15, 2025 5:49 PM

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ପୁଣି ଏକ ଅନରକିଲିଂ। ବିବାହ ପ୍ରସ୍ତାବରେ ରାଜି ନହେବାରୁ ନିଜ ୨୦ ବର୍ଷିୟ ଜନ୍ମକଲା ଝିଅକୁ ଗୁଳି କରି ହତ୍ୟା କରିଛନ୍ତି ବାପା ଓ ସମ୍ପର୍କିୟ ଭାଇ। ଝିଅଟି ନିଜ ପସନ୍ଦର ପୁଅକୁ ବିବାହ କରିବ ବୋଲି ଘରେ ଜଣେଇବା ପରେ ଏହି ଅନରକିଲିଂ ହୋଇଥିବା ନେଇ ସୂଚନା ମିଳିଛି। 

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଝିଅର ବାପାକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅରୋପି ତଥା ଝିଅଟିର ସମ୍ପର୍କିୟ ଭାଇ ବର୍ତ୍ତମାନ ଫେରାର ଅଛି। 

ଗ୍ୱାଲିୟରର ଗୋଲେ କା ମନ୍ଦିର ଅଞ୍ଚଳରେ ରହୁଥିବା ତନୁ ଗୁଜ୍ଜର ନାମକ ଏକ ଯୁବତୀଙ୍କ ବିବାହ ପାଇଁ ତାଙ୍କ ବାପା ଓ ତାଙ୍କ ପରିବାର ଲୋକ ଏକ ବିବାହ ପ୍ରସ୍ତାବ ଠିକ କରିଥିଲେ। ଯୁବତୀଙ୍କ ବିବାହ ଆସନ୍ତା ଜାନୁଆରୀ ୧୮ ତାରିଖରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଯୁବତୀ ଜଣଙ୍କ ଅନ୍ୟ କେଉଁଠି ଭଲପାଉଥିବା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

ବାହାଘର ନିକଟରେ ହେବାକୁ ଥିବାରୁ ପରିବାର ପକ୍ଷରୁ ସମ୍ପର୍କିୟଙ୍କୁ ବିବାହ କାର୍ଡ ବଣ୍ଟାଯିବା ସହ ବିବାହ ପୂର୍ବର ହେଉଥିବା ସମସ୍ତ ରୀତିନୀତି ପାଳନ କରାଯାଉଥିଲା। ହେଲେ ତନୁ ବିବାହର କିଛିଦିନ ପୂର୍ବରୁ ବିବାହକୁ ନେଇ ଆପତ୍ତି ଜଣାଇଥିଲେ। ସେ ଆଉଜଣକୁ ଭଲପାଉଥିବା ନେଇ ଘରେ ଜଣେଇଥିଲେ। ଏହି ଘଟଣା ସମାଧାନ ପାଇଁ ତନୁଙ୍କ ବାପା ମଙ୍ଗଳବାର ଗାଁରେ ଏକ ପଞ୍ଚାୟତ ବୈଠକ ଡକାଇଥିଲେ। 

ତେବେ ଏହା ପୂର୍ବରୁ ଜାନୁଆରୀ ୧୪ ତାରିଖରେ ହୋଇଥିବା ବୈଠକରେ ମଧ୍ୟ ତନୁ ଏହି ପ୍ରସ୍ତାବରେ ରାଜି ନଥିବା ଦୋହରାଇଥିଲେ। ଏହାକୁ ମେଇ ତନୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ବାପା ମହେନ୍ଦ୍ର ଗୁଜ୍ଜର ଓ ପରିବାରର ଅନ୍ୟ ସମ୍ପର୍କୀୟ ମାନେ ତାଙ୍କୁ ଘରେ ବନ୍ଦ କରି ରଖିବା ସହ ବିବାହ ପ୍ରସ୍ତାବରେ ରାଜି ହବାପାଇଁ ଚାପ ପକଉଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ପୋଲିସକୁ ଏହି ଭିଡିଓ ମିଳିବା ପରେ ଏହି ବୈଠକରେ ସ୍ଥାନିୟ ପୋଲିସ ମଧ୍ୟ ଯୋଗ ଦେଇଥିଲା। 

ଏହି ବୈଠକ ଚାଲୁ ରହିଥିବା ବେଳେ ମହେନ୍ଦ୍ର ଗୁଜ୍ଜର ପୋଲିସକୁ ତନୁଙ୍କ ସହ ଏକାନ୍ତରେ କଥା ହେବାକୁ ଚାହାନ୍ତି ବୋଲି କହି ଘର ଭିତରକୁ ଡାକିନେଇଥିଲେ। ତନୁ ଘର ଭିତରକୁ ଯିବାପରେ ପୂର୍ବରୁ ପ୍ରସ୍ତୁତ ରହିଥିବା ତନୁଙ୍କ ବାପା ଏକ ପିସ୍ତଲ ସହାୟତାରେ ତନୁଙ୍କ ଉପରକୁ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ତନୁଙ୍କ ଜଣେ ସମ୍ପର୍କିୟ ଭାଇ ରାହୁଳ ଗୁଜ୍ଜର ମଧ୍ୟ ତାଙ୍କ ଉପରକୁ ଗୁଳି ଚଳେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି। 

ତନୁଙ୍କ ଦେହରେ ମୋଟ ୪ଟି ଗୁଳି ବାଜିଥିବା ବେଳେ ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ। ଘଟଣାସ୍ଥଳରେ ଥିବା ପୋଲିସ ତନୁଙ୍କ ବାପା ମହେନ୍ଦ୍ରଙ୍କୁ ଘଟମାସ୍ଥଳରୁ ଗିରଫ କରିଥିବା ବେଳେ ଫେରାରଥିବା ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ନିଜ ତଦନ୍ତ ଜାରି ରଖିଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.