ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଆମେରିକାରେ ପୁଣି ସ୍କୁଲରେ ଫୁଟିଲା ଗୁଳି; ଆତତୟୀ ଗୁଳିରେ ୩ ଛାତ୍ର ମୃତ ଓ ୨୦ରୁ ଅଧିକ ଆହତ

Published By : Bijay Swain | August 27, 2025 10:08 PM

ମିନେସୋଟା: ଅଶାନ୍ତ ଆମେରିକା। କଥାକଥାକେ ଗର୍ଜୁଛି ବନ୍ଧୁକ। କେତେବେଳେ ପବ୍ ତ କେତେବେଳେ ସର୍ବସାଧାରଣ ସ୍ଥାନ ତ ଆଉ କେତେବେଳେ ସ୍କୁଲ, କଲେଜ। ହିଂସାରୁ ବାଦ ପଡୁନାହିଁ କୌଣସି ବି ସ୍ଥାନ। ଏହି କ୍ରମରେ ଆମେରିକାର ମିନେସୋଟା ରାଜ୍ୟର ମିନିଆପୋଲିସରେ ଥିବା ଆନାନସିଏସନ୍ କ୍ୟାଥୋଲିକ୍ ସ୍କୁଲରେ ବୁଧବାର ଏକ ଗୁଳିକାଣ୍ଡ ଘଟିଛି। ଯେଉଁଥିରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଛାତ୍ର ଗୁରୁତର ଆହତ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

ଆହତ ଶିଶୁମାନଙ୍କୁ ମିନିଆପୋଲିସରେ ଥିବା ପେଡିଆଟ୍ରିକ ଟ୍ରମା ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସମ୍ପର୍କରେ ବିଶେଷ କିଛି ସୂଚନା ମିଳି ନଥିବା ବେଳେ ପୋଲିସ ମାମଲାର ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ସବୁଠୁ ବଡ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ସମସ୍ତ ପିଲାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। 

ଖବର ମୁତାବକ, ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୋଟିଏ ଲେଖାଏଁ ରାଇଫଲ, ସଟଗନ ଓ ପିସ୍ତଲ ନେଇ ପ୍ରଥମେ ସ୍କୁଲ ପରିସରକୁ ଧସେଇ ପଶିବା ସହ ଦୁଇଟି ପିଲାଙ୍କ ଉପରେ ଗୁଳି ଚଲାଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୮ ଓ ୧୦ ବର୍ଷର ଦୁଇଜଣ ଛାତ୍ର ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ଏହାପରେ ଆତତୟୀ ବ୍ୟକ୍ତି ଜଣଙ୍କ ସ୍କୁଲରେ ପଶି ଛୁଆମାନଙ୍କ ଉପରେ ଫାଙ୍କା ଗୁଳିଚାଳନା କରିଥିଲେ। ଶେଷରେ ବନ୍ଧୁକଧାରୀ ବ୍ୟକ୍ତି ଜଣକ ନିଜେ ନିଜକୁ ଗୁଳି ମାରି ଶେଷ କରିଦେଇଥିବା ଜଣାପଡିଛି।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଗଭର୍ଣ୍ଣର ଟିମ୍ ୱାଲ୍ଜ ଟୁଇଟ କରି କହିଛନ୍ତି ଯେ “ଆମେ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇଛୁ। ଏହି ଘଟଣାର ଅଧିକ ଯାଞ୍ଚ ପାଇଁ ବିସିଏ ଓ ଷ୍ଟେଟ ପାଟ୍ରୋଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଆମର ପିଲା ଓ ଶିକ୍ଷକମାନଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସ୍କୁଲ ଛୁଟିହେବା ସମୟରେ ଏହି ଘଟଣା ଘଟିଥିବାରୁ ଅନେକ ପିଲା ବର୍ତ୍ତମାନ ଯାଏ ମଧ୍ୟ ଭୟରେ ରହିଛନ୍ତି। ତେବେ ଏହା କୌଣସି ଆତଙ୍କୀ ସଂଗଠନର କାର୍ଯ୍ୟକଳାପ ନୁହେଁ ବୋଲି ସ୍ଥାନୀୟ ପୋଲିସ ସୂଚନା ପ୍ରଦାନ କରିଛି। 

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଦୁଃଖ ପ୍ରକାଶ କରିବା ସହ ଘଟଣା ସ୍ଥଳକୁ ଆମେରିକୀୟ ସୁରକ୍ଷା ଏଜେନ୍ସି ଏଫବିଆଇକୁ ପଠାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏହାସହ ହ୍ୱାଇଟ ହାଉସ ଏହି ଘଟଣା ଉପରେ ନଜର ରଖିଛି ବୋଲି ସେ ଘୋଷଣା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.