ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍, ୨ ଗୁରୁତର

Published By : Rasmita Pradhan | March 22, 2025 2:54 PM

ଜହ୍ନାପଙ୍କ, ୨୨/୦୩ : ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର୍ ଓ ହେଲପର୍ ଗୁରୁତର। ଶନିବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର୍ ହୋଇଯାଇଛି।

ସୂଚନାନୁଯାୟୀ, ଶନିବାର ଭୋର୍ ୫ଟା ବେଳେ ବୌଦ୍ଧ ପଟରୁ ଏକ ଛଡ ବୋଝେଇ ଟ୍ରକ ମନମୁଣ୍ଡା ଆଡକୁ ଯାଉଥିଲା। ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର୍ ଓ ହେଲପର ଗୁରୁତର ଆହତ ହୋଇଥିଲେ। ଗୁରୁତର ଟ୍ରକ୍ ଡ୍ରାଇଭର ହରଭଙ୍ଗା ଥାନା ଭଗାମୁଣ୍ଡା ଗ୍ରାମର ଶ୍ରୀନିବାସ ପ୍ରଧାନ ଓ ହେଲପର ଦଶପଲ୍ଲାର ଭାପୁର ବ୍ଲକର ସଞ୍ଜୟ ବେହେରା ବୋଲି ସୂଚନା ମିଳିଛି। ହେଲପର ସଞ୍ଜୟଙ୍କ ଗୋଡ ଟ୍ରକ୍ କେବିନ ମଧ୍ୟରେ ଚାପି ରହିଥିବା ଯୋଗୁଁ ବୌଦ୍ଧ ଓ ବାଉଁଶୁଣୀ ଦମକଳ ବାହିନୀ କଟର ମେସିନ୍ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଛନ୍ତି। ଉଭୟ ଗୁରୁତରଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଉଁଶୁଣୀ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। 

ଏହି ଖବରଟିକୁ ପଢନ୍ତୁ-ମାଛ ଭାଗବଣ୍ଟାରୁ ଗଡ଼ିଲା ମୁଣ୍ଡ, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.