ଫିରିଙ୍ଗିଆ, ୩୦।୧୦ : ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହେଉଛି। ଫିରିଙ୍ଗିଆଠାରେ ଥିବା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସହ ଶପଥ ପାଠ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l
ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ଅଧ୍ୟାପକ ବିଭୁତି ଭୂଷଣ ଶତପଥି, ଅଧ୍ୟାପିକା ପ୍ରଭାତୀ ପାତ୍ର, ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ, ବରିଷ୍ଠ କିରାଣୀ ବାଲୁଙ୍କେଶ୍ୱର ଆଚାର୍ଯ୍ୟ, କ୍ରୀଡା ଶିକ୍ଷକ ଲକ୍ଷ୍ମୀ କାନ୍ତ ସାହୁ, ଚିନ୍ମୟୀ ନାୟକ, କନିଷ୍ଠ କିରାଣୀ ଶାସ୍ମିତା ପାଢ଼ୀ, ଧନ୍ଦା ମୂଳକ ଶିକ୍ଷକ ସୁଶାନ୍ତ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଦୁର୍ନୀତି ନିବାରଣ ପାଇଁ ବିଦ୍ୟାଳୟ ପରିସରରେ ଅଧ୍ୟାପକ, ଛାତ୍ରଛାତ୍ରୀ ଦୁର୍ନୀତିରୁ ଦୁରେଇ ରହିବା ସହ ଦୁର୍ନୀତି ମୁକ୍ତ ପାଇଁ ଶପଥ ପାଠ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ସଭାଗୃହ ଠାରେ ଏକ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l କିଭଳି ଭାବରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରିହେବ ଓ ସମସ୍ତେ ଦୁର୍ନୀତି କୁ ପ୍ରଶ୍ରୟ ଦେବେ ନାହିଁ ସେ ଉପରେ ଉପସ୍ଥିତ ଅଧ୍ୟାପକ ସଚେତନ କରିଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଦୁର୍ନୀତି ମୁକ୍ତ ସମାଜ ଗଠନ ରେ ସହଯୋଗ କରିବେ ବୋଲି ଶପଥ ଗ୍ରହଣ କରିଥିଲେ l