ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜାତୀୟ ନୀତି ଆଣୁଛନ୍ତି କେନ୍ଦ୍ର ସରକାର; ବ୍ଲକ୍‌ ହେବ ଦେଶ ବିରୋଧୀ ଭାଇରାଲ ଭିଡିଓ ଓ କଣ୍ଟେଣ୍ଟ

Published By : Swapna Ray | July 4, 2025 1:31 PM

ନୂଆଦିଲ୍ଲୀ, ୪।୭: ସୋସିଆଲ ମିଡିଆରେ ଦେଶ ବିରୁଦ୍ଧରେ ଘୃଣା ପ୍ରସାର କରୁଥିଲେ ସାବଧାନ ! କାରଣ ଏଭଳି ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆରେ ଦେଶ ବିରୋଧୀ ଭିଡିଓ କିମ୍ବା ପୋଷ୍ଟ ସେୟାର କରୁଥିବା ଲୋକମାନେ ଆଉ ଖସି ଯାଇପାରିବେ ନାହିଁ । ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିପାଇଁ ଏକ ଜାତୀୟ ନୀତି ଆଣିବାକୁ ଯାଉଛନ୍ତି । ଦେଶ ବିରୋଧୀ କାମ କରୁଥିବା ହ୍ୟାଣ୍ଡେଲଗୁଡ଼ିକୁ ଅବରୋଧ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କହିରଖୁ କି, ଦେଶ ବିରୋଧରେ ଅନେକ ୱେବସାଇଟ୍‌ରେ ବିଷୟବସ୍ତୁ ଅପଲୋଡ୍ କରାଯାଏ । ଏଭଳି କରୁଥିବା ଲୋକମାନେ ଏବେ ଆଉ ଆଇନ ହାତରୁ ଖସିପାରିବେନି । ଏମାନଙ୍କ ବିରୁଦ୍ଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଇନ୍ଦା ସଂସ୍ଥାଗୁଡ଼ିକର ଶୀର୍ଷ ଅଧିକାରୀମାନେ ଏ ବିଷୟରେ ଗୃହ ମନ୍ତ୍ରଣାଳୟର ସଂସଦୀୟ କମିଟିକୁ ଅବଗତ କରାଇଛନ୍ତି ।   

ତଦାରଖ ପାଇଁ ଗଠନ ହେବ ସ୍ୱତନ୍ତ୍ର ଦଳ: 

ସଂସଦୀୟ କମିଟିକୁ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ସୋସିଆଲ ମିଡିଆରେ ଦେଶ ବିରୋଧୀ ଲୋକଙ୍କ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ଏପରି ଲୋକଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ସମେତ ଅନେକ ଦେଶ ବିରୋଧୀ ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଏବଂ ଦେଶ ବିରୁଦ୍ଧରେ ଘୃଣା ପ୍ରସାର କରୁଛନ୍ତି । ନୂତନ ନୀତି ଆସିବା ପରେ, ଏପରି ଲୋକଙ୍କ ଉପରେ ଲଗାମ ଲଗାଯାଇପାରିବ । 

ଏ ସମ୍ପର୍କରେ ଆମେରିକା ସରକାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ମଧ୍ୟ ଆଲୋଚନା କରାଯାଉଛି । କେନ୍ଦ୍ର ସରକାର ଚାହୁଁଛନ୍ତି ଯେ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନିଜ ନିଜ ପ୍ଲାଟଫର୍ମ ଉପରେ ନଜର ରଖନ୍ତୁ । ସେମାନଙ୍କ ପ୍ଲାଟଫର୍ମରେ ଭାରତ ବିରୋଧୀ କଣ୍ଟେଣ୍ଟଗୁଡ଼ିକ ଅପଲୋଡ୍ ନ ହୁଏ । ସିବିଆଇ, ଏନ୍‌ଆଇଏ, ରାଜ୍ୟ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡ଼ିତ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ଭାରତ ବିରୋଧୀ ଉପାଦାନଗୁଡ଼ିକର ପ୍ରୟାସକୁ ବନ୍ଦ କରିବା ପାଇଁ ଏକ ରଣନୀତି ଉପରେ କାମ କରୁଛନ୍ତି, ଯାହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପ୍ରତିବାଦରେ ଅପରେସନ ସିନ୍ଦୁର ସମୟରେ ସୋସିଆଲ ମିଡିଆରେ ଅନେକ ଦେଶ ବିରୋଧୀ ପୋଷ୍ଟ ସେୟାର କରାଯାଇଥିଲା । ଦେଶ ବିରୋଧୀ ଲୋକମାନେ ବହୁ ସଂଖ୍ୟାରେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଏବେ ସେମାନଙ୍କୁ ଲଗାମ ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଦେଶ ବିରୋଧୀ ଭିଡିଓ ବା ପୋଷ୍ଟ ସେୟାର କରୁଥିବା ଲୋକ ଏବେ ତ୍ରାହି ପାଇବେନି । ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଥିପାଇଁ ପଲିସି ଆଣିବାକୁ ପ୍ରସ୍ତୁତ ହେଉଛି । ଦେଶ ବିରୋଧୀ କାମ କରୁଥିବା ଚ୍ୟାନେଲ ବ୍ଲକ୍ କରାଯିବ ଏବଂ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂସଦୀୟ ସମିତିକୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଦେଶ ବିରୋଧୀ ଲୋକଙ୍କ ସୋସିଆଲ ମିଡିଆ ଉପରେ ଦୃଷ୍ଟି ରଖିବାକୁ ଏକ ସ୍ପେଶାଲ ଟିମ୍ ଗଠନ କରାଯାଉଛି । ଏମାନେ ସେହି ଲୋକଙ୍କୁ ଖୋଜି ବାହାର କରିବା ସହ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.