ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ବଢାଉଛି ବିପଦ: ବ୍ୟବହାର ବେଳେ ରୁହନ୍ତୁ ସାବଧାନ, ନେଇପାରେ ଜୀବନ

Published By : Harapriya Biswal | November 18, 2024 3:20 PM

ନୂଆଦିଲ୍ଲୀ,୧୮।୧୧: କଥା କଥାକେ ଆଣ୍ଟିବାୟୋଟିକର ବ୍ୟବହାର କରୁଥିଲେ ସାବଧାନ। ଏହା ରୋଗୀର ଜୀବନ ପାଇଁ ହୋଇପାରେ ଘାତକ। କେବଳ ସେତିକି ନୁହେଁ ରୋଗୀର ଆର୍ଥିକ ସ୍ଥିତିକୁ ମଧ୍ୟ କରୁଛି ଦୁର୍ବଳ । ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ଲଗାତାର ଆଣ୍ଟିବାୟୋଟିକ୍ ବ୍ୟବହାର ରୋଗ ପ୍ରତିରୋଧ କ୍ଷମତାକୁ ମଧ୍ୟ ଦୁର୍ବଳ କରୁଛି।

ଆଣ୍ଟିବାୟୋଟିକ୍ ଔଷଧ ଯେତିକି ଭଲ ତା ଠାରୁ ଆହୁରି ଖରାପ। ଏନେଇ ବିଶେଷଜ୍ଞମାନେ ଯାହା ସୂଚନା ଦେଇଛନ୍ତି ତାହା ଚକିତ କରିଦେବା ଭଳି ରହିଛି। ଆଗାମୀ ଦିନରେ ରୋଗ ଅପେକ୍ଷା ଅଧିକ ଘାତକ ହେବ ରେଜିଷ୍ଟାନ୍ସ। ଲୋକ ଆଣ୍ଟିବାୟୋଟିକ୍ ଔଷଧର ରେଜିଷ୍ଟାନ୍ସ ଅର୍ଥାତ ପ୍ରଭାବହୀନତା କାରଣରୁ ଜୀବନ ହରାଇବେ।  ସାରା ବିଶ୍ବରେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଏକ ଗମ୍ଭୀର ସମସ୍ୟା ଭାବେ ସାମ୍ନାକୁ ଆସିଛି କାରଣ ଏହି ଔଷଧ ବ୍ୟବହାର କରିବା ବେଳେ ସବୁବେଳେ ସାବଧାନ ରହିବା ଦରକାର। ଯେଉଁ ପର୍ଯ୍ୟନ୍ତ ଅତି ଜରୁରୀ ନୁହେଁ ଆଣ୍ଟିବାୟୋଟିକ୍ ଔଷଧ ସେବନ କରନ୍ତୁ ନାହିଁ। ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଦ୍ବାରା ବ୍ୟାକ୍ଟେରିଆ ଔଷଧ ବିରୁଦ୍ଧରେ ମଜବୁତ ହୋଇଯାନ୍ତି । ବ୍ୟାକ୍ଟେରିଆଙ୍କୁ ଆଉ ଏହି ମେଡିସିନ୍ ହରାଇପାରେନି । 

ଜବାହାର ଲାଲ ନେହରୁ ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ତାଙ୍କର କହିବା ଅନୁସାରେ, ଯେତିକି ପରିମାଣରେ ଆଣ୍ଟିବାୟୋଟିକ୍ ପ୍ରଭାବହୀନ ହେଉଛି, ତା ତୁଳନାରେ ଖୁବ୍ କମ୍ ଆଣ୍ଟିବାୟୋଟିକ୍ ବଜାରକୁ ଆସୁଛି। ମଣିଷ ଓ ବ୍ୟାକ୍ଟେରିଆ ମଧ୍ୟରେ ସର୍ଭାଇଭାଲ ଲଢେଇ ଚାଲିଛି। ଯେତେବେଳେ ଆପଣଙ୍କ ଶରୀରରେ ସେହି ବ୍ୟାକ୍ଟେରିଆ ସଂକ୍ରାମକ ହୁଏ, ସେତେବେଳେ ଆଣ୍ଟିବାୟୋଟିକ୍ ଦିଆଯାଏ। ଲଗାତାର ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ନେବା ପରେ ତାହା ପ୍ରଭାବହୀନ ହୋଇଯାଏ। ଯଦି କମ୍ ବୟସରେ ନୂଆ ନୂଆ ଆଣ୍ଟିବାୟୋଟିକ୍ ଔଷଧ ଦିଆଯାଏ ତେବେ ଆଗାମୀ ୫ରୁ ୧୦ ବର୍ଷ ଭିତରେ ନୂଆ ଆଣ୍ଟିବାୟୋଟିକ୍ ଔଷଧ ପ୍ରଭାବହୀନ ହୋଇଯିବ।

ଥଣ୍ଡା କିମ୍ବା ସର୍ଦ୍ଦି ହୋଇଥିଲେ ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଔଷଧ ଖାଇବାକୁ ଦିଆଯାଉଛି। ହେଲେ ସେମାନଙ୍କୁ ଏଭଳି କୌଣସି ଔଷଧ ଖାଇବାର ଦରକାର ନାହିଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆଣ୍ଟିବାୟୋଟିକ୍ ପୁରା ଡୋଜ୍ ନନେଲେ ତାହା ରୋଜିଷ୍ଟାନ୍ସ ହେବା ବିପଦ ରହିଥାଏ। ଏହାଛଡା ଏକ୍ସପାଏରୀ ହୋଇଯାଇଥିବା ଆଣ୍ଟିବାୟୋଟିକ୍ ଔଷଧକୁ ଲୋକେ ବାହାରେ ଏଣେତେଣେ ପକାଇ ଦିଅନ୍ତୁ। ହେଲେ ସେମାନଙ୍କୁ ଜଣାନାହିଁ ଯେ, ଏହି ଔଷଧର ସଂସ୍ପର୍ଶରେ ଆସିବା ଫଳରେ ରୋଗ ବଢାଉଥିବା ବ୍ୟାକ୍ଟେରିଆ ଆହୁରି ମଜବୁତ ହୋଇଯାଆନ୍ତି। ସେଭଳି ଯଦି ଔଷଧର ମୂଲ୍ୟ ଦେଖିବା ତାହା ରୋଗୀର ଆର୍ଥିକ ସ୍ଥିତିକୁ ଖୁବ୍ ପ୍ରଭାବିତ କରୁଛି। ନର୍ମାଲ ଆଣ୍ଟିବାୟୋଟିକ୍ ଔଷଧ ତୁଳନାରେ ହାଇ ଆଣ୍ଟିବାୟୋଟିକ୍ ଔଷଧ ୧୦ ଗୁଣା ଅଧିକ ରହିଥାଏ। ତେଣୁ ରୋଗୀର ଆର୍ଥିକ ସ୍ଥିତି ଉପରେ ନିହାତି ଭାବରେ ବୋଝ ଆହୁରି ବଢିଯାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.