ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅନୁଭବ-ଜାଗ୍ରତିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌, କେଉଁ ଦିନ ଓ କେଉଁଠି ବାହାଘର ହେବେ ଫ୍ୟାନ୍‌ଙ୍କ ନଜର

Published By : Prameya | March 6, 2025 8:20 AM

କଟକ, ୦୬/୦୩: ଲୋକପ୍ରିୟ ଯୋଡ଼ି ଅନୁଭବ-ଜାଗ୍ରତିଙ୍କ ବାହାଘରକୁ ନେଇ ସୋସିଆଲ୍‌ ମିଡିଆରେ  ଚର୍ଚ୍ଚା ଜୋର୍‌ ଧରିଛି । ବିଶେଷକରି ବାହାଘର ତାରିଖକୁ ନେଇ ଅନେକ ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି । କିଏ ଆସନ୍ତା  ୧୧ ତାରିଖରେ ବାହାଘର ହେବ ବୋଲି କହୁଥିଲାବେଳେ ଆଉ କିଏ  ଆସନ୍ତା ଏପ୍ରିଲ୍‌ ୧ ତାରିଖରେ ହେବ  ବୋଲି ସୋସିଆଲ୍‌ ମିଡିଆରେ  ପୋଷ୍ଟ୍‌ କରିଛନ୍ତି । ଏମିତିକି ଆସନ୍ତା କାଲି ଉଭୟଙ୍କ ନିର୍ବନ୍ଧ ବୋଲି ମଧ୍ୟ  କୁହାଯାଉଛି । ଯଦିଓ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ  ତଥାପି ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହାକୁ  ନେଇ ଉତ୍ସାହ ବଢିଛି । କେଉଁଦିନ ଓ କେଉଁଠି ସେମାନେ ବିବାହ ବନ୍ଧନରେ ବାନ୍ଧିହେବେ ତାହା ଉପରେ ସମସ୍ତଙ୍କର  ନଜର ରହିଛି ।  

ସିନେ ଅଭିନେତା ତଥା ପୂର୍ବତନ  ସାଂସଦ ଅନୁଭବ ମହାନ୍ତିଙ୍କ ସହିତ  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ  ବିବାହ ବିଚ୍ଛେଦ ପରେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା  ଲାଗି ରହିଛି । କାରଣ ଦୀର୍ଘବର୍ଷ  ହେବ ଅନୁଭବ ତାଙ୍କର ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ସହିତ ବିଭିନ୍ନ ଫଟୋ ଅପ୍‌ଲୋଡ୍‌ କରିବା ଚର୍ଚ୍ଚାକୁ ଖୋରାକ୍‌  ଜଗାଉଛି । ଏମିତିକି ଅନେକ ସମୟରେ  ଉଭୟଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଓ  ଜାଗୃତିଙ୍କ ଦ୍ୱାରା ଅନୁଭବଙ୍କ ଉପରେ ପୁସ୍ତକ ଲେଖିବା ଘଟଣା ମଧ୍ୟ ଚର୍ଚ୍ଚାରେ  ବିଷୟବସ୍ତୁ ପାଲଟିଛି । ଏହାସହ କିଛି  ଦିନ ତଳେ ଜାଗ୍ରତି ଏକ ଗଣମାଧ୍ୟମରେ  ଉଭୟଙ୍କୁ ନେଇ ବିଭିନ୍ନ ମତ ଦେବା  ପରେ ଦ୍ୱନ୍ଦ୍ୱ ଅଧିକ ବଢିଥିଲା । ଏବେ  ଉଭୟଙ୍କ ବିବାହକୁ ନେଇ ଅନେକ ଆଲୋଚନା କରାଯାଉଛି । କାରଣ  କେତେକ ବ୍ୟକ୍ତି ଆସନ୍ତା କାଲି ନିର୍ବନ୍ଧ ଓ  ମାର୍ଚ୍ଚ ୧୧ ରେ ବାହାଘର ହେବ ବୋଲି  କହୁଛନ୍ତି । ଅନ୍ୟପକ୍ଷରେ ଆଉ କିଛି  ଫ୍ୟାନ୍‌ ଏପ୍ରିଲ୍‌ ୧ ରେ ବାହାଘର ଓ ୪  ରେ ଭୋଜି ହେବ ବୋଲି ସୋସିଆଲ୍‌  ମିଡିଆରେ ପୋଷ୍ଟ୍‌ କରୁଛନ୍ତି । ଏମିତିକି  ଏସବୁ କିଛି କାର୍ଯ୍ୟକ୍ରମ ଓଡିଶା ବାହାରେ  ହେବ ବୋଲି ବି କୁହାଯାଉଛି । କିନ୍ତୁ  ଏ ସମ୍ପର୍କରେ ଉଭୟଙ୍କ ପ୍ରତିକ୍ରିୟା  ମିଳିପାରିନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.