ଭୁବନେଶ୍ୱର,୧୬/୦୨: ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଜୀବନୀ ପୁସ୍ତକ  ‘ବ୍ଲକବଷ୍ଟରରୁ ବାଲାଟବକ୍ସ ଅନୁଭବ ମହାନ୍ତି’  ଭୁବନେଶ୍ୱରର ଏକ ହୋଟେଲ୍‌ରେ ଉନ୍ମୋଚିତ  ହୋଇଛି । ଟାଇମ୍‌ପାସ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ରଚନା କରିଛନ୍ତି ସାମ୍ବାଦିକା ତଥା ଲେଖିକା ଜାଗୃତି ଶୁକ୍ଳା । ଲେଖକ ମାନସ ପଢିଆରୀ ଏହାର ଓଡ଼ିଆ  ସଂସ୍କରଣ ଅନୁବାଦ କରିଛନ୍ତି । 

ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଯୋଗଦାନରୁ ଆରମ୍ଭ କରି ତାଙ୍କ ରାଜନୈତିକ  କ୍ୟାରିୟର ଏବଂ ଓଡ଼ିଶାବାସୀଙ୍କ ପାଇଁ  ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ ଅନେକ ଅକୁହା  କଥା ଏହି ପୁସ୍ତକରେ ରହିଛି । ଏହି ପୁସ୍ତକ  ଅନୁଭବଙ୍କ ବାପା ସ୍ୱର୍ଗତ ପ୍ରଫେସର ଅଭୟ  କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ  ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶକଙ୍କ ପକ୍ଷରୁ  କୁହାଯାଇଛି । 

ବରିଷ୍ଠ ଲେଖକ ଦେବଦାସ  ଛୋଟରାୟ ପୁସ୍ତକକୁ ଉନ୍ମୋଚନ କରିଥିଲେ ।  କାର୍ଯ୍ୟକ୍ରମରେ ଅଭିନେତା କୁନା ତ୍ରିପାଠୀ,  ପ୍ରଦ୍ୟୁମ୍ନ ଲେଙ୍କା, ବୁଦ୍ଧାଦିତ୍ୟ ମହାନ୍ତି,  ପ୍ରକାଶକ ସରୋଜ ବଳ, ଲେଖିକା ଜାଗୃତି,  ଲେଖକ ଶ୍ରୀ ପଢ଼ିଆରୀ, ଅନୁଭବଙ୍କ  ମା’ମଧୁମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।