ମୁମ୍ବାଇ ୧୪/୧୨: ବକ୍ସ ଅଫିସରେ କମାଲ ଦେଖାଇଛି ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ । ସମସ୍ତେ ଏହାକୁ ନେଇ ଖୁବ୍ ଆଲୋଚନା କରୁଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଫିଲ୍ମ ତାରକା, କ୍ରିକେଟର ଏବଂ ରାଜନେତା ପର୍ଯ୍ୟନ୍ତ, ସମସ୍ତଙ୍କ ମୁଁହରେ ‘ଧୁରନ୍ଧର’ର ଚର୍ଚ୍ଚା । ଏବେ ଫିଲ୍ମର ସମୀକ୍ଷା କରୁଥିବା ଲୋକଙ୍କ ତାଲିକାରେ ଯୋଡି ହୋଇଛନ୍ତି ଅନୁପମ ଖେର ।
ଫିଲ୍ମ ଦେଖିବା ପରେ ଅନୁପମ ଅକ୍ଷୟ ଖାନଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ଅଧିକ କିଛି କଥା ହୋଇ ପାରିଲେ ନାହିଁ।ରଣବୀରଙ୍କ ନମ୍ବର ଲାଗି ନଥିଲା, ତା’ପରେ ସେ କଲ୍ ରେ ଆଦିତ୍ୟ ଧରଙ୍କ ସହ କଥା ହୋଇ କହିଲେ, 'ବନ୍ଦ କର, କି ସୁନ୍ଦର ଜିନିଷ ତିଆରି କରିଛ'।
'ଧୁରନ୍ଧର' ଦେଖିବା ପରେ, ଅନୁପମ ଏହାର ସମୀକ୍ଷା କରି ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, “'ଧୁରନ୍ଧର' ଏକ ଚମତ୍କାର ଫିଲ୍ମ, ଏଥିରେ ସବୁକିଛି ଭରି ରହିଛି। ସୋମବାର ରାତିରେ ମଧ୍ୟ ଶୋ' ହାଉସଫୁଲ୍ ଥିଲା। ଲୋକମାନେ ତାଳି ମାରିଥିଲେ, ଏବଂ ଯେତେବେଳେ ସିକ୍ୱେଲ୍ ଘୋଷଣା କରାଗଲା ସେମାନେ ଆହୁରି ଉତ୍ସାହିତ ହୋଇଥିଲେ।“ ଏଥିସହିତ ଅନୁପମ ରଣବୀର ସିଂହ ଏବଂ ଆର. ମାଧବନଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। ଅକ୍ଷୟ ଖାନାଙ୍କୁ ନେଇ କହିଛନ୍ତି, "ମାଇଁ ଗଡ୍, କି କାମ!" ।
BHARAT KI FILM:❤️🇮🇳
— Anupam Kher (@AnupamPKher) December 10, 2025
I watched #Dhurandhar on Monday night and immediately recorded this video. Didn’t post it because our film #TanviTheGreat had won two international awards (Best Actress and Best Screenplay❤️) the same night so wanted to enjoy sharing that news with you all… pic.twitter.com/V2Vint9m0M
ଅନୁପମ ଆହୁରି କହିଛନ୍ତି, "ଏହି ଫିଲ୍ମଟି ଭାରତର ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ, ଏବଂ ଆତଙ୍କବାଦର ଘଟଣାଗୁଡ଼ିକୁ ଭଲ ଭାବରେ ଚିତ୍ରଣ କରାଯାଇଛି। ଏହା ଏକ ବୀରତ୍ୱପୂର୍ଣ୍ଣ ଫିଲ୍ମ, ଏହା ଏପରି ଅନୁଭବ କରୁଥିଲା ଯେପରି ଡ୍ରମ୍ ବାଜୁଛି। ମୁଁ ଆଦିତ୍ୟଙ୍କୁ ପଚାରିଲି, "ତୁମେ କ'ଣ ପାଗଳ? ଏତେ ସୁନ୍ଦର ଫିଲ୍ମ ତିଆରି କରିଛ। ସେ ହସିଲେ।“ କାହାକୁ ଏପରି ଫିଲ୍ମ ତିଆରି କରୁଥିବା ଦେଖିବା ଗର୍ବର କଥା ବୋଲି ଅନୁପମ କହିଛନ୍ତି।
ଅଭିନେତା ଆହୁରି କହିଛନ୍ତି, "ଏହା ଏକ ଭାରତୀୟ ଫିଲ୍ମ ପରି ଅନୁଭବ ହେଉଛି। ରଣବୀର ସିଂହ ଚମତ୍କାର କାମ କରିଛନ୍ତି। ଏହା ଦର୍ଶାଏ ଯେ ଆମର IB ଏବଂ RAW ବିଭାଗର ଅଜ୍ଞାତ ନାୟକମାନେ ଦେଶକୁ ଏକତ୍ର ରଖିବାରେ କିପରି ସାହାଯ୍ୟ କରନ୍ତି। ତେବେ ଶେଷରେ ସେ ପ୍ରକାଶ କରିଛନ୍ତି ଯେ 'ଧୁରନ୍ଧର' ଶୀର୍ଷକ ପ୍ରକୃତରେ ସତୀଶ କୌଶିକଙ୍କର ଥିଲା ଏବଂ ଫିଲ୍ମର ଆରମ୍ଭରେ ତାଙ୍କୁ ଏହାର ଶ୍ରେୟ ଦିଆଯାଇଛି।