ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷର ଟେଷ୍ଟ କ୍ରିକେଟ କ୍ୟାରିୟରରୁ ଅବସର ନେଇଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ବହୁ ଚର୍ଚ୍ଚା ଆଲୋଚନା ମଧ୍ୟରେ ଟେଷ୍ଟରୁ ନିଜର ଅବସର ଘୋଷଣା କରିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । କୋହଲିଙ୍କ ଏହି ନିଷ୍ପତ୍ତି ଖେଳପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟ ଅନେକଙ୍କୁ ଭାବୁକ କରିଛି ଏବଂ କୋହଲିଙ୍କୁ ଅନୁଷ୍କାଙ୍କ ଭଳି ଜଣେ ପତ୍ନୀ ମିଳିବା ଭାଗ୍ୟର ବିଷୟ ବୋଲି କହିଛନ୍ତି ।
ଅନୁଷ୍କା ଲେଖିଛନ୍ତି ଯେ, ଲୋକମାନେ ରେକର୍ଡ ଏବଂ ମାଇଲଖୁଣ୍ଟ ବିଷୟରେ କଥା ହେବେ କିନ୍ତୁ ମୁଁ ସେହି ଲୁହକୁ ମନେ ରଖିବି ଯାହା ତୁମେ କେବେ ଦେଖାଇଲ ନାହିଁ । ସେହି ଯୁଦ୍ଧ ଏବଂ ଏହି ଫର୍ମାଟକୁ ତୁମେ ଦେଇଥିବା ପ୍ରେମ ଯାହା କେହି କେବେ ଦେଖି ନାହାନ୍ତି । ମୁଁ ଜାଣେ ଏସବୁ ପାଇଁ ତୁକେ କେତେ କଣ ଦେଇଛ । ପ୍ରତ୍ୟେକ ଟେଷ୍ଟ ସିରିଜ ପରେ ତୁମେ ଅଧିକ ନମ୍ର ହୋଇ ଫେରିଛ । ଏହି ଯାତ୍ରାରେ ତୁମକୁ ବଢ଼ୁଥିବା ଦେଖିବା ଏକ ସୌଭାଗ୍ୟର କଥା।
ଅନୁଷ୍କା ଆହୁରି ଲେଖିଛନ୍ତି ଯେ, ‘କୌଣସି କାରଣରୁ ମୁଁ ସବୁବେଳେ ଭାବୁଥିଲି ଯେ ତୁମେ ଧଳା ଜର୍ସି ପିନ୍ଧି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବ କିନ୍ତୁ ତୁମେ ସବୁବେଳେ ତୁମର ହୃଦୟର କଥା ଶୁଣିଛ । ତେଣୁ ମୁଁ କେବଳ କହିବାକୁ ଚାହୁଁଛି, ମୋର ପ୍ରେମ, ତୁମେ ଏହାର ପ୍ରତ୍ୟେକ ଅଂଶ ହାସଲ କରିଛ । ବିଦାୟ ।’
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପରସ୍ପରକୁ ଡେଟ୍ କରିବା ପରେ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ଦୁହେଁ ପରସ୍ପର ସହିତ ଛାଇ ପରି ଠିଆ ହୋଇଛନ୍ତି । ଦୁହିଁଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । ଝିଅର ନାମ ଭାମିକା ଏବଂ ପୁଅର ନାମ ଅକାୟ। କୋହଲି ଏବଂ ଅନୁଷ୍କା ଲଣ୍ଡନରେ ରହୁଛନ୍ତି ।
ଅନୁଷ୍କାଙ୍କ ଯୋଗୁଁ କୋହଲି ମଧ୍ୟ ଆଧ୍ୟାତ୍ମିକତାର ପଥ ବାଛିଥିଲେ । ସେ ପ୍ରାୟତଃ ନିମ କରୋଲି ବାବା, ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିବାକୁ ଯାଆନ୍ତି। ଏହା ସବୁ କେବଳ ଅନୁଷ୍କା ଶର୍ମାଙ୍କ ଯୋଗୁଁ ସମ୍ଭବ ହୋଇଛି ।