ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଏଯାଏ ପ୍ରକାଶ ପାଉନି ଶିକ୍ଷା କ୍ୟାଲେଣ୍ଡର କି ବିଜ୍ଞପ୍ତି : ଉଷ୍ମ ହେଲାଣି କଲେଜ କ୍ୟାମ୍ପସ୍, ମେଳି ବାନ୍ଧୁଛନ୍ତି ଛାତ୍ର ସଙ୍ଗଠନ

Published By : Rasmita Pradhan | August 20, 2025 11:00 AM

ଭୁବନେଶ୍ୱର, ୨୦/୦୮ : ନୂଆ ସରକାର ଆସିଲା, ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବ ବୋଲି ଆଶା ଉଇଁଲା। ମାତ୍ର ହାତରେ ଖୁବ୍‌ କମ୍‌ ସମୟ ଥିବାରୁ ସରକାର ଚଳିତ ବର୍ଷ ନୁହେଁ ଆର ବର୍ଷ ନିର୍ବାଚନ ହେବ ବୋଲି କହିଲେ । ପୁଣି ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉ ହେଉ ଖୋଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ନେଇ ସଂକେତ ଦେଲେ । ଫଳରେ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଲା । ସେମାନେ କ୍ୟାମ୍ପସରେ ହେଲ୍‌ପ ଡେସ୍କଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ, ସାମ୍ବାଦିକ ସମ୍ମିଳନୀ କଲେ । କିଛି ସ୍ଥାନରେ ଛାତ୍ର ସଂଗଠନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଲା । ନିୟମ ଅନୁଯାୟୀ ଦଶହରା ପୂର୍ବରୁ ନିର୍ବାଚନ ହେବା କଥା । କିନ୍ତୁ ଦଶହରାକୁ ଆଉ ମାତ୍ର ମାସେ ରହିଲା । ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଏପରିକି ଚଳିତବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ପ୍ରକାଶ ପାଉନି । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଅନିଶ୍ଚିତତାରେ ରହିଛି, ସେପଟେ କ୍ୟାମ୍ପସ ଉଷ୍ମ ହେବାରେ ଲାଗିଛି । 

ରାଜ୍ୟରେ ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ହେଉନି । ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରୁଥିଲେ ହେଁ ପୂର୍ବ ସରକାର କଲେଜରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଥିଲେ । ହେଲେ ନୂଆ ସରକାର କହିଲେ, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବରରେ ହୁଏ । ଏବେ ଆଉ ସମୟ ନାହିଁ । ଚଳିତବର୍ଷ ଏନେଇ ପୁରା ପ୍ରସ୍ତୁତି କରାଯାଇ ଆସନ୍ତାବର୍ଷ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରାଯିବ । ଉଚ୍ଚଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ କରିନି । କିନ୍ତୁ କିଛି କଲେଜ, ବିଶ୍ୱବିଦ୍ୟାଳୟ ନିଜସ୍ୱ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ବିଜେବି କଲେଜ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଲ୍ଲେଖ ରହିଛି । କିନ୍ତୁ ତାରିଖ ଉଲ୍ଲେଖ କରାଯାଇନି । କେବଳ ଲେଖାଯାଇଛି, ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା କରାଯିବ । ଅନ୍ୟପଟେ ବିଭିନ୍ନ ସଂଗଠନ ଘନ ଘନ ବୈଠକ କରୁଛନ୍ତି । ଛାତ୍ରସଂସଦ ନିର୍ବାଚନ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି । 

ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜେପି ସରକାରକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲା । ପୂର୍ବ ସରକାରଙ୍କୁ ଛାତ୍ର ସଂସଦ ନିର୍ବାଚନ କରାଉନଥିବା ଦୋଷ ଦେଇ ଆସୁଥିବା ବିଜେପି ସରକାରକୁ ଆସିବା ପରେ ମଧ୍ୟ ଗତବର୍ଷ ବିଭିନ୍ନ ଆଳ ଦେଖାଇ ନିର୍ବାଚନ କଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ନିର୍ବାଚନ କରିବେ । କିନ୍ତୁ ଏଯାବତ୍‌ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କଲେ ନାହିଁ । ସରକାର ନିଜେ ଭୟଭୀତ । ତେଣୁ ଏନେଇ କୌଣସି ବିଜ୍ଞପ୍ତି କି ସ୍ପଷ୍ଟତା ଦେଉନାହାନ୍ତି । ଖୁବ୍‌ ଶୀଘ୍ର ସ୍ପଷ୍ଟତା ଦିଅନ୍ତୁ ନଚେତ୍‌ ଆନ୍ଦୋଳନ ଜୋରଦାର ହେବ । ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଫକୀର ମୋହନ କଲେଜ ଘଟଣା ପରଠୁ ସରକାର ଭୟଭୀତ ଅଛନ୍ତି । ଜାଣିଛନ୍ତି ତାଙ୍କ ଦଳୀୟ ସଂଗଠନର ପତିଆରା କଲେଜ କି ବିଶ୍ୱବିଦ୍ୟାଳୟରେ ନାହିଁ । ହାରିବା ଭୟରେ ନିର୍ବାଚନ କରିବା ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି । ଅନ୍ୟପଟେ ଆସନ୍ତା କାଲି ଏନେଇ ରାଜ୍ୟପାଳଙ୍କୁ ଭେଟି ଛାତ୍ର କଂଗ୍ରେସ ଦାବିପତ୍ର ଦେବ ବୋଲି ୟାସିର୍‌ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.